କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିଲେ ଭାରତର ଅଲିମ୍ପିକ୍ସ ଖେଳାଳୀ । ଅଲିମ୍ପିକ୍ସରେ ଅଭିଯାନ ସଫଳ କରି ସ୍ୱଦେଶ ଫେରିଲେ ପଦକ ବିଜେତା । ତେବେ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଦିଲ୍ଲୀର ହୋଟେଲ ଅଶୋକରେ ପଦକ ବିଜେତାଙ୍କ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Advertisment

ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ ଖେଳାଳି । ସ୍ୱାଗତ ଭାଇଁ ଦିଲ୍ଲୀ ବିମାନ ବନ୍ଦରରେ ଭିଡ଼ ଦେଖିବାକୁ ମିଳିଛି । ଏଥର ଅଲିମ୍ପିକ୍ସରେ ସବୁଠୁ ଭଲ ପ୍ରଦର୍ଶନ କରିଛି ଭାରତ । ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ସହ ଏଥର ମୋଟ୍ ୭ଟି ପଦକ ଜିତିଛନ୍ତି ଭାରତୀୟ ଖେଳାଳି । ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଏହାସହ କୁସ୍ତିରେ ରବି ଦହିଆ, ବଜରଙ୍ଗ ପୁନିଆ ପଦକ ଜିତିଛନ୍ତି । ସେହିପରି ବ୍ୟାଡମିଂଟନରେ ପିଭି ସିନ୍ଧୁ, ଭାରୋତଳନରେ ମୀରାବାଇ ଚାନୁ ପଦକ ଜିତି ଦେଶର ଗୌରବ ରଖିଛନ୍ତି । ଭାରତୀୟ ହକି ଟିମ୍ ଏଥର ଅଲମିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛି । ଏହି ଟିମରେ ଦୁଇ ଓଡ଼ିଆ ଖେଳାଳି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ।