କନକ ବ୍ୟୁରୋ: ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖୋଲା ବଜାରରେ ମିଳୁଛି ସେନା ପୋଷାକ । ଏଭଳି ଏକ ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରିଛି ବ୍ରହ୍ମପୁର ପୁଲିସ ଓ ସେନାର ଗୁଇନ୍ଦା ବିଭାଗ । କମ୍ବାଟ ୟୁନିଫର୍ମର ନକଲି କପଡ଼ା ଜବତ କରିବା ସହ ଦୋକାନୀ ବିରୋଧରେ ମାମଲା କରାଯାଇଛି ।

Advertisment
  • ବଜାରରେ ସେନା ପୋଷାକର ନକଲି କପଡ଼ା!
  • ବ୍ରହ୍ମପୁର ପୁଲିସ ଓ ସେନା ଗୁଇନ୍ଦା ବିଭାଗର ଚଢ଼ାଉ
  • ୫୦୦ ମିଟର କପଡ଼ା ଜବତ, ଦୋକାନୀ ବିରୋଧରେ ମାମଲା

ସେନା ବାହିନୀର ବ୍ୟବହାର ପାଇଁ ୨୦୨୨ ଜାନୁଆରୀ ୧୫ରେ ଉନ୍ମୋଚିତ ହୋଇଥିଲା ନୂଆ ଡିଜିଟାଲ୍ ପାଟର୍ନ କମ୍ବାଟ୍ ୟୁନିଫର୍ମ । ଏହି ପାଟର୍ନର ପୋଷାକ କେବଳ ସେନା ବ୍ୟବହାର କରିପାରିବ ବୋଲି କଡ଼ା ନିୟମ କରାଯାଇଥିଲା । ତେବେ ବଜାରରେ ଏପରି କପଡ଼ା ମିଳିବା ଚିନ୍ତାର କାରଣ ପାଲଟିଛି ।

ବ୍ରହ୍ମପୁରର ଏକ ଦୋକାନରେ ଏହି ପାଟର୍ନର ପୋଷାକ ବିକ୍ରି ହେଉଥିବା ଜଣାପଡିବା ପରେ ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ବିଭାଗ ମିଳିତ ଭାବେ ଚଢ଼ାଉ କରିଛି । ପ୍ରାୟ ୫ଶହ ମିଟର କପଡ଼ା ଜବତ କରିବା ସହ ବ୍ରିକେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

  • ଦୁଇ ବର୍ଷ ତଳେ ପୁରୁଣା ଆର୍ମି ୟୁନିଫର୍ମ ବଦଳରେ ନୂଆ ଡିଜିଟାଲ ପାଟର୍ନ କମ୍ବାଟ୍ ୟୁନିଫର୍ମ ଆସିଥିଲା
  • ଆକର୍ଷଣୀୟ ଦେଖାଯିବା ସହ ଏହି କପଡ଼ାରେ ରହିଛି ସ୍ୱତନ୍ତ୍ରତା
  • ହାଲୁକା, ଶକ୍ତ, ଆରାମଦାୟକ ଏବଂ ଶୀଘ୍ର ଶୁଖିଯିବା ଭଳି ରହିଛି ବିଶେଷତ୍ୱ
  • କପଡ଼ାର ଡିଜାଇନ୍ ଓ ପାଟର୍ନ ପାଇଁ ୧୦ ବର୍ଷର କପିରାଇଟ୍ କରିଛି ସେନା
  • ଏହାକୁ ଆଉ ୫ ବର୍ଷ ବଢ଼ାଇପାରେ ସେନାବାହିନୀ
  • ଉତ୍ପାଦନ ଓ ବିକ୍ରି ନିଷେଧ କରାଯାଇଛି
  • ବଜାରରେ ଏହା ଉପଲବ୍ଧ ହେଲେ ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି