ଭାରତୀୟ ସେନା ବର୍ତ୍ତମାନ ହେବ ଅଧିକ ଶକ୍ତିଶାଳୀ

DAC ଦେଲା ୭, ୮୦୦ କୋଟି ଟଙ୍କା ମୂଲ୍ୟର କ୍ରୟ ଅନୁମୋଦନ

112

 ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛି । ୭,୮୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ DAC ଅନୁମୋଦନ ଆବଶ୍ୟକତାକୁ (AoN)(Acceptance of Necessity) ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ୨୪ଅଗଷ୍ଟ ୨୦୨୩ ରେ DAC ର ଏକ ବବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବୈଠକରେ ୭,୮୦୦ କୋଟି ଟଙ୍କାର  କ୍ରୟ ପାଇଁ ଅନୁମୋଦନ ଦିଆଯାଇଛି ।

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ Mi-17 V5 ହେଲିକପ୍ଟରରେ ଇଲେକ୍ଟ୍ରୋନିକ୍ ୱାର୍ଫେୟାର (EW) ସୁଟ୍ କ୍ରୟ ଏବଂ ସ୍ଥାପନ ପାଇଁ AoN କୁ ଅନୁମତି ଦିଆଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ ସୂଚନା ଦେଇଛି ଯେ ଏହି EW ସୁଟ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରୁ କିଣାଯିବ।ମେକାନାଇଜଡ୍ ଇନଫେନ୍ଟ୍ରି ଏବଂ ଆର୍ମଡ ରେଜିମେଣ୍ଟ ପାଇଁ ଲ୍ୟାଣ୍ଡ ଆଧାରିତ ସ୍ୱୟଂଶାସିତ ସିଷ୍ଟମ କ୍ରୟ ପାଇଁ DAC ଆବଶ୍ୟକ ଅନୁମତି ମଧ୍ୟ ଦେଇଛି ।  ଯେପରିକି ମାନବ ବିହୀନ ନୀରିକ୍ଷଣ, ଗୁଳିଗୋଳା ସାମଗ୍ରୀର ଲଜିଷ୍ଟିକ୍ ବିତରଣ, ଇନ୍ଧନ, ସ୍ପେୟାର ଏବଂ ଯୁଦ୍ଧକ୍ଷେତ୍ରରେ ଆହତଙ୍କୁ  ସ୍ଥାନାନ୍ତର ସହଜରେ ହୋଇପାରିବ ।

ଏହିସବୁ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଦିଆଯାଇଛି ଅନୁମୋଦନ

7.62×51 ମିଲିମିଟର ହାଲୁକା ମେସିନ୍ ଗନ୍ (LMG) ଏବଂ ବ୍ରିଜ୍ ଲେଇଂ ଟ୍ୟାଙ୍କ (BLT) କ୍ରୟ ପ୍ରସ୍ତାବକୁ DAC ମଧ୍ୟ ଅନୁମୋଦନ କରିଛି | LMG ଅନ୍ତର୍ଭୂକ୍ତ କରିବା ଦ୍ବାରା ପଦାତିକ ବାହିନୀର ଯୁଦ୍ଧ କ୍ଷମତା ବୃଦ୍ଧି ପାଇବ ଏବଂ BLT ଅନ୍ତର୍ଭୂକ୍ତ କରିବା ଯାନ୍ତ୍ରିକ ଶକ୍ତିର ଗତିକୁ ତ୍ୱରାନ୍ୱିତ କରିବ ।  ଏହା ବ୍ୟତୀତ ପ୍ରୋଜେକ୍ଟ ଶକ୍ତି ଅଧୀନରେ ଭାରତୀୟ ସେନା ପାଇଁ ଶକ୍ତିଶାଳୀ ଲାପଟପ୍ ଏବଂ ଟାବଲେଟ୍ କିଣିବାକୁ ଅନୁମୋଦନ ମଧ୍ୟ ଦିଆଯାଇଛି ।ଭାରତୀୟ ନୌସେନା ପାଇଁ AoN ମଧ୍ୟ ଅନୁମୋଦନ କରିଛି ।

ଭାରତୀୟ ନୌସେନାକୁ ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ କିଛି ନିଷ୍ପତ୍ତି ନେଇଛି ।

ଭାରତୀୟ ନୌସେନାର MH-60R ହେଲିକପ୍ଟରର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ DAC, AoN ଜାରି କରିଛି ।