ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବ ଭାରତ ! ସୀମାରେ ମୁତୟନ ହେବ ୪୦୦ରୁ ଅଧିକ ଅତ୍ୟାଧୁନିକ ତୋପ ।

41

ସେନାକୁ ରହିଛି ଅଧିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା । ପ୍ରାୟ ୪୦୦ରୁ ଅଧିକ ତୋପ ଆବଶ୍ୟକ କରୁଛି ଭାରତୀୟ ସେନା । ଆଉ ଏଥିରେ ଏମିତି ଆଧୁନିକ ତୋପ ସାମିଲ ରହିଛି ଯାହାକୁ ଭାରତ-ପାକିସ୍ତାନ ଏବଂ ଚୀନର ସୀମାରେ ନିୟୋଜିତ କରାଯିବ ।

ଭାରତୀୟ ସେନା ଆହୁରି ଅଧିକ ଶକ୍ତିଶାଳୀ ହେବ। ସେନାକୁ ୪୦୦ ଅତ୍ୟାଧୁନିକ ତୋପ ମିଳିବ । ହୋବିତ୍ୟର ଏବ୍୭୭୭ ଭଳି ଅତ୍ୟାଧୁନିକ ତୋପଗୁଡ଼ିକ ଚୀନ ଓ ପାକିସ୍ତାନ ସୀମାରେ ମୁତୟନ କରାଯିବ । ଏହି ତୋପକୁ ଉଚ୍ଚସ୍ଥାନ ଓ ବରଫାଚ୍ଛନ୍ନ ସ୍ଥାନରେ ମଧ୍ୟ ମୁତୟନ କରାଯାଇ ପାରିବ ।
ଭାରତୀୟ ସେନାକୁ ମିଳିବାକୁ ଥିବା ଏହି ତୋପଗୁଡ଼ିକୁ ‘ମେକ୍ ଇନ୍ ଇଣ୍ଡିଆ’ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭାରତୀୟ ସେନାକୁ ୧୪୫ ତୋପ ମିଳିବା ପ୍ରକ୍ରିୟା ତୀବ୍ର କରାଯିବାକୁ କୁହାଯାଇଛି । ୨୦୧୮ ମେ’ ମାସରେ ଧନୁଷ ୧୫୫/୪୫କୁ ରାଜସ୍ଥାନର ପୋଖରାନରେ ପରୀକ୍ଷା କରଯାଇଛି । ଗୋଲାବାରୁଦ କାରଖାନା ବୋର୍ଡକୁ କୁହାଯାଇଛି ଯେ, ୧୧୪ ତୋପକୁ ଖୁବ ଶିଘ୍ର ତିଆରି ପାଇଁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଉ ।

କେ-୯ ବଜ୍ର ୧୫୫ ଏମଏମ/୫୨ କ୍ୟାଲିବର ହୋଭିଜ୍ୟର ତୋପ ଅଟେ । ଏହାକୁ ଦକ୍ଷିଣ କୋରିଆ ତିଆରି କରି ଭାରତୀୟ ସେନାକୁ ଦେବ । ଏଥି ପାଇଁ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ଏଲଏନଟି ଦ୍ୱାରା ଭାଗିଦାରୀରେ ୨୦୧୯ ନଭେମ୍ବର ପର୍ୟ୍ୟନ୍ତ ତିଆରି କରାଯିବ । ପ୍ରଥମ ୧୦ଟି ତୋପ ୨୦୧୮ ନଭେମ୍ବର ସୁଦ୍ଧା ଆସିବ । ଏହା ପରେ ୨୦୧୯ ନଭେମ୍ବର ପର୍ୟ୍ୟନ୍ତ ୪୦ ତୋପ ପହଞ୍ଚିବ । ଅବଶିଷ୍ଟ ତୋପ ୨୦୨୦ ପରେ ମିଳିବ ।