ଭାରତର ଏହି ଶସ୍ତ୍ର ଆଗରେ ମୁଣ୍ଡ ନୁଆଁଇବେ ଶତ୍ରୁଦେଶ : ଯାହାର ଗୋଟିଏ ଲକ୍ଷ୍ୟରେ ଥରହର ହୋଇଉଠିବେ ଶତ୍ରୁଦେଶ ।

648

ଭାରତ ସଶସ୍ତ୍ର ବଳର ଅଧିକାରୀ । ଭାରତର ଶସ୍ତ୍ର ସେନାରେ ତିନୋଟି ପ୍ରମୁଖ ବିଭାଗ ରହିଛି । ଯଥା- ଭାରତୀୟ ଜଳସେନା, ସ୍ଥଳସେନା , ବାୟୁସେନା ଓ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ । ପାକିସ୍ତାନ ଓ ଚୀନ ଭଳି ଦେଶ ସହିତ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଭାରତ ନିକଟରେ ସଶସ୍ତ୍ର ବଳ ରହିଛି । ନିକଟରେ ପାକିସ୍ତାନ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଗଜନବୀ ମିସାଇଲର ପରୀକ୍ଷଣ କରିଥିଲା । ଯାହା ପରେ ଭାରତର ସୁରକ୍ଷାକୁ ନେଇ ବିପଦ ସୃଷ୍ଟି ହୋଇଛି । କିନ୍ତୁ ପାକିସ୍ତାନ ତୁଳନାରେ ଭାରତ ଅଧିକ ଶକ୍ତିଶାଳୀ ଦେଶ । ଭାରତ ନିକଟରେ ବିଶ୍ୱସ୍ତରୀୟ ମିସାଇଲ, ଜାହାଜ, ଅସ୍ତ୍ରଶସ୍ତ୍ରମାନ ଭରି ହୋଇ ରହିଛି ।

ଅଗ୍ନି-୫ : ଏହା ହେଉଛି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର । ଅଗ୍ନି-୫ର ଲକ୍ଷ୍ୟଭେଦର କ୍ଷମତା ୫୫୦୦ ରୁ ୫୮୦୦ କିଲୋମିଟର ରହିଛି । ଏହା ହେଉଛି ପ୍ରଥମ ବାଲିଷ୍ଟିକ ମିସାଇଲ ଯାହା ପାକିସ୍ତାନ ସମେତ ଚୀନ ଓ ମଧ୍ୟପ୍ରାଚ୍ୟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ସମୟାନୁସାରେ, ଏହାର ରେଞ୍ଜ ମଧ୍ୟ ବୃଦ୍ଧି କରାଯାଇପାରିବ ।

ଅଗ୍ନି-୪ : ଅଗ୍ନି-୪ ର ଲକ୍ଷ୍ୟଭେଦ କ୍ଷମତା ରହିଛି ୪ ହଜାର କିଲୋମିଟର । ଏହି କ୍ଷେପଣାସ୍ତ୍ରଟିର ଲମ୍ବ ୨୦ ମିଟର ଏବଂ ଓଜନ ୧୨ଟନ୍ । ଏହି କ୍ଷେପଣାସ୍ତ୍ରଟି ୪ ହଜାର କିଲୋମିଟର ଦୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରିବ । ପାରମାଣବିକ ଅସ୍ତ୍ର ବହନ କରିପାରୁଥିବାରୁ ଏଥିରେ ପଡୋଶୀ ଦେଶ ପାକିସ୍ତାନ ଓ ଚୀନର ଅଧିକାଂଶ ଅଞ୍ଚଳର ଲକ୍ଷ୍ୟଭେଦ କରିହେବ ।

ଅଗ୍ନି-୩ : ଏହି କ୍ଷେପଣାସ୍ତ୍ର ପ୍ରାୟ ଦେଢଟନର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର । ଏହା ୩୫୦୦ ଦୂର ପଯ୍ୟନ୍ତ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି । ୨୦୧୧ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯାଇସାରିଛି ।

ଅଗ୍ନି-୨ : ଏହି କ୍ଷେପଣାସ୍ତ୍ରର କ୍ଷମତା ୧୫୦୦ ରୁ ୨୦୦୦ କିମି । ଏହାର ଓଜନ ୧୭ ଟନ, ଲମ୍ବ ୨୦ ମିଟର ଓ ମୋଟେଇ ୧୩ ମିଟର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୧୦୦୦ କିଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

ଅଗ୍ନି-୧ : ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି । ଏହା ୭୦୦ ରୁ ୯୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବ । ଏକ ହଜାର କିଲୋଗ୍ରାମର ପରମାଣୁ ଅସ୍ତ୍ର ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବହନ କରିପାରିବ ।

ନିର୍ଭୟ : ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦର କ୍ଷମତା ୮୦୦ ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏଥିରେ ସ୍ୱତନ୍ତ୍ର ରକେଟ ମୋଟର ବୁଷ୍ଟର ସହିତ ଟର୍ବୋଫ୍ୟାନ ଇଞ୍ଜିନ ଲାଗିଥାଏ । ନିକଟରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ପ୍ରହାର ମିସାଇଲ : ଏହା ପ୍ରାୟ ୧୫୦ କିିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି । ଏଥିରେ ଅତ୍ୟାଧୁନିକ ନାଭିଗେସନ, ଗାଇଡାନ୍ସ ସିଷ୍ଟମ ରହିଛି । ଏକ କମ୍ପୁଟର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ନାଗ : ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚିତ । ନାଗ ମିସାଇଲର ବିଶେଷତ୍ୱ ହେଉଛି ଏହା ଅତି କମରେ ୫୦୦ ମିଟରରୁ ଆରମ୍ଭ କରି ୪ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିପାରିବ ।

ବ୍ରହ୍ମୋସ ମିସାଇଲ : ଏହି କ୍ଷେପଣାସ୍ତ୍ର ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ସମେତ ଜାହାଜ ଓ ରକେଟକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଏହାର ଲକ୍ଷ୍ୟଭେଦର କ୍ଷମତା ୨୯୦ କିମି । ଏହା ୨୫୦୦ ରୁ ୩୦୦୦ କେଜି ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ରଖିଛି ।

ଆକାଶ ମିସାଇଲ : ଏହା ୨୫ କିମି ଦୂରତାରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ କ୍ଷେପଣାସ୍ତ୍ର ଭାବେ ଆକାଶ କ୍ଷେପଣାସ୍ତ୍ର ପରିଚିତ । ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ।

ସ୍ପାଇକ ଏଟିଜିଏମ ମିସାଇଲ : ଏହି କ୍ଷେପଣାସ୍ତ୍ରକୁ ରାଫେଲ ଡିଫେନ୍ସ ସିଷ୍ଟମ ପକ୍ଷରୁ ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ର ସହାୟତାରେ ଶତ୍ରୁର ଟ୍ୟାଙ୍କରକୁ ଯୁଦ୍ଧ ମଇଦାନରେ ସହଜରେ ନଷ୍ଟ କରାଯାଇପାରିବ । ଏହାକୁ କାନ୍ଧରେ ସହଜରେ ବୋହି ଯେ କୌଣସି ସ୍ଥାନକୁ ନିଆଯାଇପାରିବ ।

ସ୍ପାଇସ ବମ : ବାଲାକୋଟ ଏୟାର ଷ୍ଟ୍ରାଇକରେ ନିଜ ଶକ୍ତିକୁ ବୃଦ୍ଧି କରିବା ପାଇଁ ଭାରତୀୟ ସେନା ସ୍ପାଇସ-୨୦୦୦ ଲେଜର ଗାଇନେଡ ବମକୁ ସାମିଲ କରିଥିଲା । ଏହି ବମ ଯେ କୌଣସି ଟ୍ୟାଙ୍କର କିମ୍ବା ଘରକୁ ଧ୍ୱଂସ କରିପାରିବ ।

ଏସ ୪୦୦ ମିସାଇଲ ଡିଫେନ୍ସ : ଭାରତ ଅକ୍ଟୋବର ୨୦୧୮ରେ ଋଷ ସହିତ ୪୦ ହଜାର କୋଟି ଟଙ୍କାରେ ଏସ ୪୦୦ ମିସାଇଲ କିଣିବା ପାଇଁ ଚୁକ୍ତି କରିଛି । ଏସ ୪୦୦, ୩୮୦ କିମି ରେଞ୍ଜ ଭିତରେ ଥିବା କୌଣସି ଡ୍ରୋନ, କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବ ।

ଆଇଏନଏସ ବିକ୍ରମାଦିତ୍ୟ : ନୌସେନା ବିମାନ ଆଇଏନଏସ ବିକ୍ରମାଦିତ୍ୟ ଦେଶର ସମୁଦ୍ରିସୀମାର ସୁରକ୍ଷା କରିବାରେ ମୁଖ୍ୟ ଭୂମିକା ବହନ କରେ । ନିକଟରେ ତେଜସ ପ୍ରଥମ ଥର ପାଇଁ ବିମାନବାହାକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ସଫଳତାର ସହ ଅବତରଣ କରିଥିଲା । ଏଥର ସମୁଦ୍ର ଭିତରୁ ଥାଇ ବି ଶତ୍ରୁ ଉପରେ ଆକ୍ରମଣ କରିପାରିବ ଭାରତ ।

ରାଫେଲ ଲଢାକୁ ବିମାନ : ଏହି ବିମାନ ଆକାଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ କରିପାରିବ । ରାଫେଲ ବିମାନରେ ଆକ୍ରମଣ କରି ଫେରିଆସିବାର କ୍ଷମତା ରହିଛି । ଅଳ୍ପ ଉଚ୍ଚ ହେଉ କିମ୍ବା ଅଧିକ ଉଚ୍ଚତାରେ ରହି ଯୁଦ୍ଧ କରିପାରିବ କ୍ଷମତା ରଖୁଛି ରାଫେଲ ।

ଚିନୁକ ହେଲିକପ୍ଟର : ଏହା ହେଉଛି ଅତ୍ୟାଧୁନିକ ଶକ୍ତିଶାଳୀ ହେଲିକପ୍ଟର । ପ୍ରଥମ ଥର ପାଇଁ ଚିନୁକ ୧୯୬୨ରେ ଉଡାଣ ଭରିଥିଲା । ଏହାକୁ ରାଡାର ସାହାଯ୍ୟରେ ଧରିବା ମଧ୍ୟ କଷ୍ଟକର । ଚିନୁକ ହେଲିକପ୍ଟର ସହାୟତାରେ ଆମେରିକା ପାକିସ୍ତାନରେ ପଶି ଓସାମା ବିନ ଲାଡେନକୁ ମାରିବାରେ ସକ୍ଷମ ହୋଇଥିଲା ।

ଅପାଚେ ହେଲିକପ୍ଟର : ଏହି ଲଢାକୁ ବିମାନକୁ ଆମେରିକା ବାୟୁସେନା ବ୍ୟବହାର କରିଥାନ୍ତି । ଏହି ହେଲିକପ୍ଟର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓ ବହୁ କ୍ଷମତା ସମ୍ପର୍ଣ୍ଣ ଅଟେ । ଏହା ଏକାଥରକେ ୧୨୦୦ରାଉଣ୍ଡ ଗୁଳି ଚଳାଇ ପାରିବ । ୪ବର୍ଷ ପୂର୍ବେ ଭାରତ ଆମେରିକା ସହିତ ୨୨ ଅପାଚେ ହେଲିକପ୍ଟରର ଚୁକ୍ତି କରିଥିଲା ।

କେ-୯ ବଜ୍ର-ଟି ଟ୍ୟାଙ୍କ : ଏହା ଦକ୍ଷିଣ କୋରିଆର ଜ୍ଞାନ କୌଶଳ ଉପରେ ଆଧାରିିତ ଲମ୍ବା ଦୂରତା ବିଶିଷ୍ଟ ଟ୍ୟାଙ୍କ ଅଟେ । ଏହାକୁ ଭାରତରେ ଲାର୍ସନ ଟ୍ରୁବୋ ନିର୍ମାଣ କରିଥିଲେ । ଏହି ଗନରେ ୧୦୦ୟୁନିଟ ସେନାଙ୍କୁ ସାମିଲ କରାଯାଇଥାଏ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଗନର ସଫଳ ପରୀକ୍ଷଣ ହୋଇପାରିବ ବୋଲି ଆଶା କରାଯାଉଛି ।

 

ଧନୁଷ ତୋପ : ୧୫୫ଏମଏମ ଓ ୪୫କ୍ୟାଲିବର ଧନୁଷ ତୋପକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଏହା ୩୬.୫କିମି ଦୂରରେ ଥିବା ଶତୃପକ୍ଷକୁ ଟାର୍ଗେଟ କରିପାରିବ । ଉଭୟ ରାତି ଓ ଦିନରେ ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କରିପାରିବ ଧନୁଷ ।