ସୀମାରେ ଶତ୍ରୁକୁ ମୁହଁତୋଡ ଜବାବ ଦେବ ଭାରତ: ଚୀନ ସହ ବିବାଦ ଭିତରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କ ଯୁଦ୍ଧାଭାସ

110

କନକ ବ୍ୟୁରୋ: ଭାରତ ସହ ଯୁଦ୍ଧାଭ୍ୟାସ କରିବ ବ୍ରିଟେନ । ଭାରତ ସହ ଯୁଦ୍ଧାଭ୍ୟାସ କରିବା ପାଇଁ ଏଫ ୩୫-ବି ର ଫିଫଥ ଜେନେରେଶନ ଫାଇଟର ଏୟାରକ୍ରାଫଟ ଉଡାଣ ଭରିଛି । ପଶ୍ଚିମ ଭାରତ ମହାସାଗରରେ ବ୍ରିଟେନ ଓ ଭାରତ ସର୍ବବୃହତ ସାମରିକ ଅଭ୍ୟାସ ଆରମ୍ଭ କରିବେ । ତେବେ ଭାରତ ସହିତ ଏହି ଯୁଦ୍ଧାଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି ବ୍ରିଟିସ ନାଭିର ଜଣେ ମେମ୍ବର ।

ବ୍ରିଟିସ ନାଭିର ସ୍ଟିଭ ମୋରୋହାଉସ କହିଛନ୍ତି କେବଳ ପ୍ରତିରକ୍ଷା ବିଭାଗ ନୁହେଁ ବରଂ ବାଣିଜ୍ୟ ଟେକନୋଲୋଜି କ୍ଷେତ୍ରରେ ମଧ୍ୟ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି । ସେହିପରି ଯୁଦ୍ଧାଭ୍ୟାସ ସହ ଭାରତ ଓ ବ୍ରିଟେନ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହେବ । ବ୍ରିଟେନର ବୌଦେଶିକ ସଚିବ ମଧ୍ୟ ଏଥିପାଇଁ ମୁମ୍ବାଇରେ ଉପସ୍ଥିତ ଅଛନ୍ତି । ତେବେ ଆଜି ଦିଲ୍ଲୀ ଠାରେ ବ୍ରିଟେନ ପ୍ରତିରକ୍ଷା ମୂଖ୍ୟ ଙ୍କୁ ଗାର୍ଡ ଅଫ ହନର ପ୍ରଦାନ କରାଯାଇଛି ।