ପାକିସ୍ତାନ ସୀମାରେ ୪୬୪ ଟି ଭୀଷ୍ମ ଟ୍ୟାଙ୍କ୍ ରଖିବ ଭାରତୀୟ ସେନା । ୧୩,୪୪୮ କୋଟି ଟଙ୍କା ଲାଗିବ ଖର୍ଚ୍ଚ ।

189

ଖୁବଶୀଘ୍ର ଭାରତୀୟ ସେନା ପାକିସ୍ତାନ ସୀମାରେ ଋଷ୍ ରେ ନିର୍ମିତ ତଥା ଭାରତରେ ଅପଗ୍ରେଡ୍ କରାଯାଇଥିବା ୪୬୪ ଟି -୯୦ ଟ୍ୟାଙ୍କ୍ କୁ ଆଣିବାକୁ ଯାଉଛି । ଭୀଷ୍ମ ଯୁଦ୍ଧକ ଟ୍ୟାଙ୍କ୍ କୁ ଆଣିବା ପାଇଁ ସେନାକୁ ମୋଟ ୧୩,୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

କେବେ ସୀମାକୁ ଆସିବ ଟ୍ୟାଙ୍କ୍ ?

ଗଣମାଧ୍ୟମ ଖବର ଅନୁସାରେ,ଏହି ଟ୍ୟାଙ୍କ୍ କୁ ୨୦୨୨ ରୁ ୨୦୨୬ ମଧ୍ୟରେ ପାକିସ୍ତାନୀ ସୀମାକୁ ଅଣାଯିବ । ଆପଣଙ୍କୁ କହିରଖୁଛୁ ପାକିସ୍ତାନ ମଧ୍ୟ ଋଷ୍ ସହ ଏହି ଶ୍ରେଣୀର ୩୬୦ ଟି ଟ୍ୟାଙ୍କ୍ କୁ କିଣିବା ପାଇଁ କଥାବାର୍ତ୍ତା ଚାଲିଛି ।

ରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ, ଟ୍ୟାଙ୍କ୍ ଅର୍ଡିନ୍ୟାନ୍ସ ଫ୍ୟାକ୍ଟରୀ ବୋର୍ଡ ଅନୁସାରେ ଅବଡି ହେବି ଫ୍ୟାକ୍ଟରୀରେ ଏହି ଟ୍ୟାଙ୍କ୍ କୁ ପ୍ରସ୍ତୁତ କରାଯିବ । କ୍ୟାବିନେଟ୍ କମିଟିରେ ଖୁବଶୀଘ୍ର ଏଥିପାଇଁ ମଞ୍ଜୁରୀ ମିଳିବା ସହ ସିକ୍ୟୁରିଟି କ୍ଲିୟରାନ୍ସ ମଧ୍ୟ ମିଳିବ । ଆର୍ମି ଚିଫ୍ ବିପିନ୍ ରାୱତ୍ ଜାନ୍ରୁଆରୀରେ କହିଥିଲେ ଯୁଦ୍ଧକ ଟ୍ୟାଙ୍କ୍ ବେଲ ଇକ୍ୱିପ୍ଡ କରିବା ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ସେପଟେ ପାକ୍ ମଧ୍ୟ ଚୀନ୍ ଟ୍ୟାଙ୍କ୍ ଏବଂ ୫୦ ରୁ ଅଧିକ ୟୁକ୍ରେନିୟାଇ ଟି – ୮୦ ୟୁଡି ଟ୍ୟାଙ୍କ୍ ଜରିଆରେ ସେନାକୁ ଅପଗ୍ରେଡ୍ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଭାରତ ପୂର୍ବରୁ ଟି – ୯୦ ପାଇଁ ଲେଜର୍ ଗାଇଡେଡ୍ ମିସାଇଲ୍ ପ୍ରସ୍ତୁୁତ କରିବା ଆରମ୍ଭ କରିସାରିଛି ।

Comments are closed.