ସେନାରେ ମହିଳା ସୈନ୍ୟଙ୍କ ପ୍ରଥମ ବ୍ୟାଚ୍ ୨୦୨୧ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ସୂତ୍ର ଅନୁସାରେ , ବୁଧବାର ୧୦୦ ମହିଳା ସୈନ୍ୟବଳର ଏକ ବ୍ୟାଚ୍ ର ପ୍ରଶିକ୍ଷଣ ଚଳିତ ବର୍ଷ ଡିସେମ୍ବର ମାସରୁ ହିଁ ଆରମ୍ଭ ହୋଇଯିବ । ମହିଳାମାନଙ୍କୁ କାର୍ପ୍ସ ଅଫ୍ ମିଲିର୍ଟି ପୋଲିସ୍ କମିଶନ୍ ଦିଆଯିବ । ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାର , ପ୍ରଶିକ୍ଷଣ ଅବଧି ପୁରୁଷ ସୈନ୍ୟଙ୍କ ଭଳି ୬୧ ସପ୍ତାହ ଧରି ଲାଗିରହିବ । ସୈନ୍ୟଙ୍କୁ ପ୍ରତିବର୍ଷ ସମାନ ସଂଖ୍ୟାର ପ୍ରଶିକ୍ଷଣ ଦିଆଯାଇ କମିଶନ୍ ଦିଆଯିବ । ମହିଳା ସୈନ୍ୟଙ୍କ କ୍ୟାଡରରେ ୧୭୦୦ କୋର୍ ରଖାଯିବାର ବ୍ୟବସ୍ଥା କରାଯିବ । କାର୍ପ୍ସ ଅଫ୍ ମିଲିର୍ଟି ପୋଲିସର କର୍ଣ୍ଣଲ୍ କମାଣ୍ଡେଣ୍ଟ୍ ଲେଫ୍ଟିନାଣ୍ଟ୍ ଜେନେରାଲ୍ ଅଶ୍ୱିନୀ କୁମାର ଗତ ସପ୍ତାହରେ ପ୍ରଶିକ୍ଷକ ପଦ ପାଇଁ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ନନ୍ଦନୀଙ୍କୁ ସାକ୍ଷାତ କରିଥିଲେ ।
କାର୍ପ୍ସ ଅଫ୍ ମିଲିର୍ଟି ପୋଲିସରେ ମହିଳା ସୈନ୍ୟ ଏବଂ ଅନ୍ୟ ସେନା ପ୍ରତିଷ୍ଠାନରେ ଡ୍ୟୁଟି ସମ୍ଭାଳିବେ । ଯୁଦ୍ଧ କଏଦୀଙ୍କୁ ପ୍ରହରା ଦେବା ସହ ରାଜ୍ୟ ସରକାରର ସିଭିଲ୍ ପୋଲିସ୍ ଏବଂ କେନ୍ଦ୍ରରେ ମଧ୍ୟ କାମ କରିବେ । ଏହାଛଡା ଅପରାଧ ମାମଲାର ମଧ୍ୟ ଜାଞ୍ଚ୍ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/women-in-army-pti-1504924511-1567582448.jpg)
/kanak/media/post_attachments/wp-content/uploads/2019/09/Capture-4-300x247.png)