ଭାରତୀୟ ସେନା ଚଢିବ ବିଶ୍ୱର ୫ମ ଉଚ୍ଚତମ ପର୍ବତ ମାଉଣ୍ଟ ମକାଲୁ ।

39

ଭାରତୀୟ ସେନା ଅନେକ ସାହସିକତାର କାମ କରିଥିବା କଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । ହିମାଳୟ ପର୍ବତ ଠାରୁ ଆରମ୍ଭ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ବି ଯବାନମାନେ ରହି ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି । କିନ୍ତୁ ଏବେ ଭାରତୀୟ ସେନା ପର୍ବତାରୋହଣ କ୍ଷେତ୍ରରେ ସଫଲତା ହାସଲ କରିବା ଉଦ୍ଦେଶ୍ୟରେ ୨୦୧୯ରେ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଉଚ୍ଚତା ବିଶିଷ୍ଟ ପର୍ବତ ମାଉଣ୍ଟ ମକାଲୁ ଅଭିଯାନ ପ୍ରସ୍ତୁତ କରିଛି । ଏହି ପର୍ବତଟି ନେପାଳରେ ଥିବା ମାଉଣ୍ଟ ଏଭରେଷ୍ଟଠାରୁ ୧୯ କିମି ଦକ୍ଷିଣ-ପୂର୍ବରେ ଚୀନ ଓ ନେପାଳ ସୀମାରେ ଅବସ୍ଥିତ ।

ଏହା ପୂର୍ବରୁ ସେନା ଆଡଭେଞ୍ଚର ୱିଙ୍ଗ ତତ୍ତ୍ଵାବଧାନରେ ୨୦୧୮ ଅଗଷ୍ଟ-ସେପ୍ଟେମ୍ବରରେ ଜୋଶୀମଠ, ଜିଲ୍ଲା ଚାମେଲୀ, ଉତ୍ତରାଖଣ୍ଡରେ ମାଉଣ୍ଟ କାମେଟ (୭୭୫୬ ଏମ)ର ପର୍ବତାରୋହଣ ଅଭିଯାନ ଆରମ୍ଭ କରାଯାଉଛି । ଏହି ପର୍ବତାରୋହଣ ଅଭିଯାନ ଦଳକୁ ନିକଟରେ ସୈନ୍ୟ ପ୍ରଶିକ୍ଷଣ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପତାକା ଦେଖାଇ ଦିଲ୍ଲୀରୁ ପଠାଯାଇଛି । ମାଉଣ୍ଟ କ୍ୟାମେଟ କାଞ୍ଚନଜଙ୍ଘା ଏବଂ ନନ୍ଦାଦେବୀ ପରେ ଭାରତର ତୃତୀୟ ସର୍ବାଧିକ ଉଚ୍ଚ ପର୍ବତ ।
ମେଜର ମନୋଜ ଯୋଶୀଙ୍କ ନେତୃତ୍ୱରେ ୪୭ ସଦସ୍ୟଙ୍କ ପର୍ବତାରୋହଣ ଦଳ ଆସନ୍ତାକାଲି ଦିଲ୍ଲୀର ଯୋଶୀମଠ ଗସ୍ତ କରିବେ । ଏହି ଦଳ ବାସୁଧାରା ହ୍ରଦ ନିକଟରେ ବେସ କ୍ୟାମ୍ପ ନିର୍ମାଣ କରିବ । ଚାରୋଟି ଶିବିର ସ୍ଥାପନ କରିବା ପରେ ଏହି ଦଳ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ପର୍ବତାରୋହଣ ଆରମ୍ଭ କରିବେ ।