କନକ ବ୍ୟୁରୋ : ଭାରତୀୟ ସେନାର ଶକ୍ତି ଖୁବଶୀଘ୍ର ବୃଦ୍ଧି ପାଇବାକୁ ଯାଉଛି । ଭାରତୀୟ ସେନା ଗୁରୁବାର ଦିନ ୧,୭୫୦ ଟି ଫ୍ୟୁଚରଷ୍ଟିକ୍ ଇନଫ୍ରାଣ୍ଟ୍ରି କମ୍ବୋଟ ବାହନ କିଣିବ ବୋଲି ଆରଏଫଆଇ ଜାରି କରିଛି । ଏହି ବାହନ ଶତୃପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିବା ସହ ସୈନିକଙ୍କ ଯାତାୟତରେ ସହଯୋଗ କରିବ ବୋଲି କୁହାଯାଇଛି ।
ଏନେଇ ଭାରତୀୟ ସେନା ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି,ଏଭଳି ବାହନକୁ ପୂର୍ବ ଲଦାଖ, ରେଗିସ୍ତାନ ଓ ଅପହଂଚ ଇଲାକାର ସୁରକ୍ଷା ଦାୟିତ୍ୱରେ ଥିବା ସୈନିକ ମାନଙ୍କୁ ପ୍ରଦାନ କରାଯିବ । ଏହା ମାଧ୍ୟମରେ ସୈନିକ ମାନେ ଚୀନ ଓ ପାକିସ୍ତାନର ସେନାକୁ କଡା ଜବାବ୍ ଦେଇ ପାରିବ ବୋଲି କୁହାଯାଇଛି ।
Indian Army plans to buy 1,750 Futuristic Infantry Combat Vehicles, 350 light tanks
Read @ANI Story | https://t.co/zVyYuJjV0R pic.twitter.com/z7ExovtwXC
— ANI Digital (@ani_digital) June 24, 2021
ସେନା ତରଫରୁ କୁହାଯାଇଛି କି, ଏଫଆଇସିବି ପ୍ରୋଜେକ୍ଟ ଉପରେ ଦୀର୍ଘଦିନ ହେବ କାର୍ଯ୍ୟ ଜାରି ରହିଥିଲା । ହେଲେ ଚୀନ ସହିତ ଲଦାଖରେ ଯେଭଳି ବିବାଦ ଦେଖାଦେଲା ସେହି ସମୟରେ ଏଭଳି ବାହନର ଆବଶ୍ୟକତା ସେନା ଅନୁଭବ କରିଥିଲା । ଏହି ବାହାନ ଶତୃପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିବା ସହ ସୈନିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନବା ଆଣିବା କରିବାରେ ସହାୟକ ହେବ ।
ଅନ୍ୟପଟେ ଚୀନ ସେନା ସହିତ ଲଦାଖରେ ଲଢେଇ ପରେ ଭାରତୀୟ ସେନା ୩୫୦ ଟି ହାଲକା ଟ୍ୟାଙ୍କ ପର୍ଯ୍ୟାୟକ୍ରମେ କିଣିବାକୁ ବିଚାର କରୁଛି । ଏହାସହ ପ୍ରଦର୍ଶନ ଆଧାରିତ ଲଜିଷ୍ଟିକ୍ସ, ଇଂଜିନିୟରିଂ ସହାୟତା ପ୍ୟାକେଜ ଓ ଅନ୍ୟ ଆବଶ୍ୟକତା ପୂରଣ ନେଇ ସେନା ପକ୍ଷରୁ ବିଚାର ବିମର୍ଷ ଚାଲିଛି ।