ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ ପାକିସ୍ତାନରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ । ତେବେ ଏହି ଘଟଣାର ଦୁଇବର୍ଷ ପରେ ଏଥିରେ ଜଡିତ ଥିବା ପ୍ରମାଣକୁ ମୋଦି ସରକାର ଦୁଇଥର ଦେଇସାରିଲେଣି । ଏଠାରେ ଆପଣଙ୍କୁ କହିରଖୁଛୁ କି ୨୦୧୬ ସେପ୍ଟେମ୍ବର ୧୮-୧୯ ତାରିଖରେ ଉରି ବେସ୍ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଘଟଣାରେ ୧୯ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଘଟଣାରେ ୧୯ ଜଣ ଯବାନ୍ ସହିଦ୍ ହୋଇଯାଇଥିଲେ । ଏହାପରେ ସର୍ଜିିକାଲ୍ ଷ୍ଟ୍ରାଇକର ଯୋଜନାକୁ ପ୍ରୟୋଗ କରିବା ପାଇଁ ଭାରତ ତରଫରୁ ପ୍ଲାନିଙ୍ଗ୍ କରାଗଲା ।
ତେବେ ଆପଣଙ୍କୁ କହିରଖୁଛୁ କି ଭାରତୀୟ ପେରାଟ୍ଟୁପର୍ସର ଏଲଓସିରେ ପୁରା ଅପରେସନକୁ ଦୁଇ ପଟୁ ରେକର୍ଡ କରାଯାଇଥିଲା । ଗୋଟିଏ ପେରାଟ୍ଟୁପର୍ସ କମାଣ୍ଡୋ ଉପରୁ ଉଡୁଥିବା ଟଇଠ ଅର୍ଥାତ୍ ବିମାନରେ ଲାଗିଥିବା କ୍ୟାମେରା ଏବଂ ଅନ୍ୟଟି ହେଉଛି କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା ହେଲମେଟ୍ ରେ କ୍ୟାମେରା । ଗୋଟିଏ ଟିମ୍ ଶତ୍ରୁଙ୍କ ଠାରୁ ଦୂରରେ ୩୦ ଭାରତୀୟ କମାଣ୍ଡୋଙ୍କ ଥିବା ବେଳେ ପ୍ଲାନିଙ୍ଗ୍ ଏତେ ମାତ୍ରାରେ ଭଲ ଥିଲା ଯେ ଭୂମିରେ ଜବାନଙ୍କ ଉପସ୍ଥିତିକୁ କେହି ଜାଣିପାରିନଥିଲେ । ଯବାନଙ୍କ ୭ ପ୍ଲାଟୁନ୍ ଏଲଓସି ପାର କରି ପାକିସ୍ତାନର ଭୂୂମି ତଳେ ତଳେ ଯାଇ ପହଞ୍ôଚଲେ । ଏହି ଘଟଣାରେ ୧୫୦ ଯବାନ ସାମିଲ ଥିଲେ ।
ରାତି ସାଢେ ୧୨ ଟା ସମୟରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ସାଢେ ୪ ଟାରେ ଶେଷ ହୋଇଥିଲା । କୌଣସି ଶୋରଶବ୍ଦ ନକରି ଯବାନଙ୍କ ୮ ଟି ଟିମ୍ ଟାର୍ଗେଟରେ ପହଞ୍ଚିଯାଇଥିଲେ ଏବଂ ଅଚାନକ ଗୋଳିବାରୁଦର ଶବ୍ଦ ଭିତରେ ୫୦ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ଏହି ଅପରେସନ୍ ସମୟରେ ତତକାଳୀନ ରକ୍ଷାମନ୍ତ୍ରୀ ମନୋହର ପାରିକର,ଅଜିତ୍ ଡୋଭାଲ୍, ସେନା ପ୍ରମୁଖ ଜେନେରାଲ୍ ଦଲବୀର ସିଂହ ସୁହାଗ ଏହାକୁ ଦେଖୁଥିଲେ । ଏହି ସମୟରେ ଅପରେସନର ପ୍ରତିଟି ଖବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇ ଦିଆଯାଉଥିଲା । ତେବେ ସର୍ଜିକାଲ୍ ଷ୍ଟ୍ରାଇକ୍ କୁ ୨ ବର୍ଷ ବିତିଯାଇଥିବବା ବେଳେ ନିକଟରେ ସେନା ପ୍ରମୁଖ ବିପିନ ରାୱତ କହିଛନ୍ତି ଯେ ଯେଉଁଭଳି ଅବସ୍ଥା ରହିଛି ଏହାକୁ ଦେଖି ଆତଙ୍କବାଦୀଙ୍କ ବିରୋଧରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/surgical-strike3-1.jpg)
/kanak/media/post_attachments/wp-content/uploads/2018/09/Surgical-strikes-visuals-784x441-300x169.jpg)
/kanak/media/post_attachments/wp-content/uploads/2018/09/images-2-4-300x166.jpg)