ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡ଼ିଓ । ପାକିସ୍ତାନ ଉପରେ ସେନା କରିଥିବା ଅପରେସନର ଲାଇଭ ଭିଡ଼ିଓ ।

Advertisment
ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡ଼ିଓ । ପାକିସ୍ତାନ ଉପରେ ସେନା କରିଥିବା ଅପରେସନର ଲାଇଭ ଭିଡ଼ିଓ ।

courtesy:ABP Live

ପୁଣି ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ନୂଆ ଭିଡିଓ ସାମ୍ନାକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୯ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା। ଏଲଓସି ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ ଡ୍ରୋନ୍ ଦ୍ୱାରା ସୁଟ୍ ହୋଇଥିଲା ଏହି ଭିଡିଓ। ସର୍ଜିକାଲ୍ ଷ୍ଟ୍ରାଇଲ୍ ବେଳେ ଯବାନ କିପରି ଆତଙ୍କବାଦୀ ଶିବିର ଠାବ କରିଥିଲେ, କେମିତି ତାକୁ ଧ୍ୱଂସ କରାଯାଇଥିଲା, ସେହି ମୂହୁର୍ତ୍ତର ଅଧିକ ଦୃଶ୍ୟ ଏହି ଦ୍ୱିତୀୟ ଭିଡିଓରେ ଅଛି।

publive-imageତେବେ ଏହି ସର୍ଜିକାଲ ଷ୍ଟ୍ରାଇକର ଏହି ନୂଆ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା କୁହାଯାଇଛି । ଜାତୀୟ ଗଣମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ଭିଡିଓ ପ୍ରସାରଣ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଗତ କିଛି ମାସ ତଳେ ଜୁନ୍ ୨୭ ତାରିଖରେ ପ୍ରଥମ ଭିଡ଼ିଓ ଜାରି କରାଯାଇଥିଲା । ଭାରତୀୟ ସେନା ପିଓକେର ଥିବା ଅନେକ ପାକିସ୍ତାନୀ ଆତଙ୍କବାଦ ବଙ୍କରକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେହି ସମୟରେ ଯବାନଙ୍କ ହେଲମେଟ୍ ଉପରେ ଲାଗିଥିବା କ୍ୟାମେରା ଓ ଡ୍ରୋନ୍ ଯୋଗେ ସମ୍ପୂର୍ଣ୍ଣ ଅଭିଯାନର ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଥିଲା। ଏହି ଭିଡ଼ିଓ ଚିତ୍ରକୁ ସେତେବେଳେ ପ୍ରଘଟ କରାଯାଇନଥିଲା। ଏବେ ସରକାର ଏହି ଅପରେସନ ଚିତ୍ରର ଦ୍ୱିତୀୟ ଭିଡ଼ିଓ ଜାରି କରିଛନ୍ତି। ଏଥିରେ ଭାରତୀୟ ସେନା ଯବାନମାନେ କିପରି ଗୁଳି ମାଡ଼ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରୁଛନ୍ତି ତାହା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe