କନକ ବ୍ୟୁରୋ: ଭାରତ ପାକ୍ ସୀମାରେ ଏବେ ଯୁଦ୍ଧ ପରିସ୍ଥିତି । ଗତ ୪୮ ଘଂଟା ମଧ୍ୟରେ ଅଧିକ ଉତ୍ତେଜନା ଦେଖିବାକୁ ମିଳିଛି ନିୟନ୍ତ୍ରଣରେଖା ନିକଟରେ । ଜାମ୍ମୁକାଶ୍ମୀରରେ ୧୦୦ କମ୍ପାନୀ ଫୋର୍ସ ମୁତୟନ ପରେ ଅତିରିକ୍ତ ୨୮ କମ୍ପାନୀ ଫୋର୍ସ ମୁତୟନ ହୋଇଛନ୍ତି । ଯାହାକୁ ନେଇ ସୀମାରେ ପାକ୍ ସେନାର ଅନୁପ୍ରବେଶ ଉଦ୍ୟମ ବି ବଢିବାରେ ଲାଗିଛି । ନିକଟରେ ଏପରି ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି ଭାରତୀୟ ଯବାନ । ଜମ୍ମୁକଶ୍ମୀରର କେରନ ସେକ୍ଟରରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ଯବାନ ଓ ପାକ୍ ସେନାର ସେନାର ବର୍ଡର ଆକ୍ସନ ଟିମ୍ ବା ବ୍ୟାଟ୍ କମାଣ୍ଡୋ ।

Advertisment

publive-image

ସୀମାରେ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ସେନା ଗୁଳିରେ ଟଳିଛନ୍ତି ୭ ଜଣ ବ୍ୟାଟ କମାଣ୍ଡୋ । ଏମାନେ ସୀମାରେ ପ୍ରବେଶ କରି ଭାରତୀୟ ସେନା ଉପରେ ଆକ୍ରମଣ ଉଦ୍ୟମ କରିବା ବେଳେ , ଭାରତୀୟ ସେନା ଗୁଳିର ଶିକାର ବନିଛନ୍ତି । ନିହତ ଅନୁପ୍ରବେଶକାରୀଙ୍କ ମୃତଦେହ ଏଲଓସି ନିକଟରେ ପଡି ରହିଛି । ଏହି ଘଟଣା ଜୁଲାଇ ୩୧ ରୁ ଅଗଷ୍ଟ ୧ ତାରିଖ ରାତିରେ ଘଟିଥିଲା । ଆତଙ୍କବାଦୀ କେରନ ସେକ୍ଟର ଦେଇ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିମାଡରେ ନିପାତ ହୋଇଛନ୍ତି । ସେହିପରି ଶୁକ୍ରବାର ପାକ୍ ଅଧିକୃତ କଶ୍ମୀରରେ ୩୦ କିମି ଭିତରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିଛି ସେନା । ଗୋଟିଏ ପଟେ ଘାଟିରେ ସୈନ୍ୟ ବଳ ବଢୁଥିବା ବେଳେ , ଆତଙ୍କବାଦୀଙ୍କ ଉପରେ ଜୋରଦାର ପ୍ରହାର କରିଛି ଭାରତୀୟ ସେନା ।

publive-image

ସେପଟେ, ସାରା ଦେଶର ନଜର ଏବେ ଜମ୍ମୁ-କାଶ୍ମୀର ଉପରେ । କ’ଣ ଘଟିବାକୁ ଯାଉଛି ଘାଟିରେ? କାହିଁକି ହଠାତ୍ କାଶ୍ମୀରରେ ଏ ବ୍ୟାପକ ସେନା ପ୍ରସ୍ତୁତି? ଏଭଳି ତମାମ୍ ପ୍ରଶ୍ନକୁ ଜମ୍ମୁ-କାଶ୍ମୀରରେ ହଇଚଇ ଖେଳି ଯାଇଛି । ଘାଟିରେ ପ୍ରାୟ ୩୫ ହଜାର ଅତିରିକ୍ତ ଯବାନ ଠୁଳ ହେବା ପରେ ଧାରା ୩୫-ଏ କିମ୍ବା ଧାରା ୩୭୦ ପ୍ରତି କୌଣସି ପରିବର୍ତ୍ତନ ଆଶଙ୍କା କରି ରାଜ୍ୟପାଳଙ୍କୁ ଭେଟିଛନ୍ତି ନ୍ୟାସ୍ନାଲ୍ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଅନ୍ୟପଟେ ଜମ୍ମୁ-କାଶ୍ମୀର ପ୍ରମୁଖ ରାଜନୈତିକ ଦଳର ନେତାଙ୍କୁ ନେଇ ବୈଠକ କରିଛନ୍ତି ପିଡିପି ନେତ୍ରୀ ମେହେବୁବା ମୁଫତି । ଆଉ ଏସବୁ ଭିତରେ ରାଜ୍ୟପାଳ କହିଛନ୍ତି- ସୁରକ୍ଷା କାରଣରୁ ଜମ୍ମୁ-କାଶ୍ମୀରରେ ଯବାନଙ୍କୁ ମୁତୟନ କରାଯାଇଛି, କୌଣସି ସାମ୍ବାଧିକ ପରିବର୍ତ୍ତନ ପାଇଁ ନୁହେଁ ।