ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀରରେ ଏନକାଂଟରରେ ନିପାତ ହେଲେ ୨ ଆତଙ୍କୀ । ଅନ୍ୟ ୨ ଜଣଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ, ବହୁ ମାରଣାସ୍ତ୍ର ଜବତ ।

80

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ଏନକାଂଟରରେ ନିପାତ ହେଲେ ୨ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ସୋପିଆନରେ ଏହି ଏନକାଉଂଟର ଘଟିଛି । ଏହି କାର୍ଯ୍ୟାନୁଷ୍ଠାନ ବେଳେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି ।

କନିଗାମ ଅଂଚଳରେ ଆତଙ୍କାବଦୀମାନେ ଲୁଚି ରହିଥିବା ଖବର ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଆତଂକବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏମାନେ ଅଲବଦର ସଂଗଠନର ସଦସ୍ୟ ଥିଲେ । ସମ୍ପୃକ୍ତ ଅଂଚଳକୁ ସିଲ୍ କରି ଜୋରଦାର ଖାନତଲାସି ଚଳାଇଛି ସେନା । ସେପଟେ ଅନ୍ୟ ଏକ ଘଟଣାକ୍ରମରେ ନରୱାଲ ଅଂଚଳରେ ଦୁଇ ଆତଂକବାଦୀଙ୍କୁ ଗିରଫ କରିଛି ସେନା । ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।