ପୁଣି କମାଲ କଲା ଭାରତୀୟ ସେନା: ମଝି ସମୁଦ୍ରରୁ ୨୩ ପାକିସ୍ତାନୀଙ୍କୁ କଲା ରକ୍ଷା

193

କନକ ବ୍ୟୁରୋ: ପୁଣି ଥରେ ମଝି ସମୁୁଦ୍ରରେ ପରାକ୍ରମ ଦେଖାଇଲା ଭାରତ । ଜଳଦସ୍ୟୁଙ୍କ ସହ ଲଢ଼ି ପୁଣି ବଂଚାଇଲେ ବିଦେଶୀଙ୍କ ଜୀବନ । ଘଟଣା ୨୯ ମାର୍ଚ୍ଚର । ୨୩ଜଣ ପାକିସ୍ତାନୀ ମତ୍ସ୍ୟଜୀବୀ ଆରବମହାସାଗରକୁ ଯାଇଥିବବେଳେ ଜଳଦସ୍ୟୁଙ୍କ ଫାଶରେ ପଡିଥିଲେ । ଏହି ଖବର ପାଇବା ମାତ୍ରକେ ତୁରନ୍ତ ସାହାଯ୍ୟ ପାଇଁ ବାହାରିପଡିଥିଲା ଭାରତୀୟ ନୌସେନାର ଆଇଏନଏସ ସୁମେଧା । ୧୨ଘଂଟାର ଅପରେସନ ପରେ ୨୩ଜଣ ପାକିସ୍ତାନୀଙ୍କୁ ଜଳଦସ୍ୟୁଙ୍କ କବଳରୁ ରକ୍ଷା କରିପାରିଛି ଭାରତୀୟ ନୌସେନା । ସୂଚନା ଅନୁସାରେ ପାକିସ୍ତାନର ‘ଅଲ କମଲ ୭୪୭’ ନାମକ ଜାହାଜ ଆରବମହାସାଗରେ ପହଁଚିଥିବାବେଳେ ହଠାତ ଜଳଦସ୍ୟୁଙ୍କ କବଳରେ ପଡିଯାଇଥିଲା । ଜାହାଜ ଭିତରରୁ କ୍ରିୟୁ ସଦସ୍ୟ ବାର୍ତା ଦେବା ପରେ ଇଂଟରସ୍ପେଟ ଜରିଆରେ ଭାରତୀୟ ସେନା ନିକଟକୁ ସୂଚନା ଆସିଥିଲା । ସଙ୍ଗେ ସଙ୍ଗେ ଆଇଏନଏସ ସୁମେଧା ଓ ଗାଇଡେଡ ମିସାଇଲରହିତ ଆଇଏନଏସ ତ୍ରିଶୁଲ ଘଟଣାସ୍ଥଳରେ ପହଁଚିଥିଲେ । ଭାରତୀୟ ନୌସେନା ପକ୍ଷରୁ ସମ୍ପୂର୍ଣ୍ଣ ଅପରେସନ ସମ୍ବନ୍ଧରେ ସୂଚନା ଦିଆଯିବା ସହ କିଛି ଫଟୋ ଓ ଭିଡିଓ ଜାରି କରାଯାଇଛି । ସମୁଦ୍ରପଥର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ପ୍ରହରୀ ସାଜିଛି । ୨୪ଘଂଟା ଧରି ଶତ୍ରୁଙ୍କ ଉପରେ କଡ଼ା ନଜର ରଖୁଛି । ଗତ କିଛି ଦିନ ମଧ୍ୟରେ ହୁତୀ ଓ ସୋମାଲିଆ ଆତଙ୍କୀଙ୍କ ଉପଦ୍ରବ ବୃଦ୍ଧି ପାଇବା ପରେ ପ୍ରହରୀ ସାଜି ସମୁଦ୍ରପଥରେ କଡ଼ା ନଜର ରଖୁଛି ଭାରତ ।