ପାକ୍ କମାଣ୍ଡୋ ଓ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା । ଜାରି କଲା ଭିଡିଓ । 

1,308

ମହଙ୍ଗା ପଡିଲା ଅନୁପ୍ରବେଶ ଉଦ୍ୟମ ।  ସୀମାରେ ପାକ୍ କମାଣ୍ଡୋଙ୍କୁ ନିପାତ କଲା ଭାରତୀୟ ସେନା । ପାକିସ୍ତାନ ବର୍ଡର ଆକ୍ସନ ଟିମର ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଏମାନଙ୍କୁ ନିପାତ କରିଛି ଭାରତୀୟ ସେନା । ଆଉ ଏବେ ଏହାର ଭିଡିଓ ଜାରି କରିଛି ଭାରତୀୟ ସେନା ।

ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ପାକିସ୍ତାନ ସେନା ସହାୟତାରେ କେରନ ସେକ୍ଟର ବାଟେ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଆତଙ୍କବାଦୀ । ଆଉ ପୂର୍ବରୁ ସଜାଗ ଥିବା ଭାରତୀୟ ସେନାର ଗୁଳି ମାଡରେ ସେହିଠାରେ ହିଁ ଟଳିପଡିଥିଲେ ଏହି ଆତଙ୍କବାଦୀ ମାନେ ।  ଏପରିକି ଆତଙ୍କବାଦୀଙ୍କ ସହ ପାକିସ୍ତାନ ସେନାର କମାଣ୍ଡୋକୁ ମଧ୍ୟ ଭାରତୀୟ ସେନା ନିପାତ କରିଛି । ଯେଉଁମାନେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ସହାୟତା କରୁଥିଲେ ।

ଭିଡିଓରେ ଅନୁପ୍ରବେଶ କାରୀ ଓ ପାକ୍ ସେନା ପୋଷାକ ପିନ୍ଧିଥିବା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଏପରିକି ସେମାନଙ୍କ ପାଖରେ ପଡିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳିଛି । ତେବେ ଅନୁପ୍ରବେଶ ପୂର୍ବରୁ ପାକ୍ କମାଣ୍ଡୋ ମାନେ ସୀମା ଆରପଟୁ ଗୁଳିମାଡ କରିଥିଲେ । ଆଉ ସୁଯୋଗ ଦେଖି ଭାରତୀୟ ସୀମା ମଧ୍ୟକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିଲେ । ତେବେ ଭାରତୀୟ ସେନାର ଜବାବୀ ହମଲାରେ ପାକର ଏହି ଷଡଯନ୍ତ୍ର ପଣ୍ଡ ହୋଇଥିଲା ।