ପ୍ରତିକୂଳ ପରିବେଶରେ ପ୍ରତିରକ୍ଷାକୁ ମଜଭୁତ କରିବାକୁ ସେନାର ସ୍ୱତନ୍ତ୍ର ପ୍ରସ୍ତୁତି । ଯବାନଙ୍କ ପାଇଁ ନିର୍ମିତ ହେଲା ଅତ୍ୟାଧୁନିକ ଘର, ଶୀତ ନିୟନ୍ତ୍ରଣ କରିବା ସହ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା ।

375

କନକ ବ୍ୟୁରୋ : ପ୍ରତିକୂଳ ପରିବେଶରେ ପ୍ରତିରକ୍ଷାକୁ ମଜଭୁତ କରିବାକୁ ଭାରତୀୟ ସେନାର ସ୍ୱତନ୍ତ୍ର ପ୍ରସ୍ତୁତି । ପୂର୍ବ ଲଦାଖରେ ନିର୍ମିତ ଅତ୍ୟାଧୁନିକ ଘର ଯବାନଙ୍କ ପାଇଁ ମାଇନସ ୪୦ଡିଗ୍ରୀ ତାପାମତ୍ରାରେ ସାଜିବ କବଚ । ଚୀନ୍ ସହ ସୀମା ବିବାଦକୁ ନେଇ ଗତ କିଛି ମାସ ହେଲା ଚର୍ଚ୍ଚାରେ ରହିଛି ପୂର୍ବ ଲଦାଖ କ୍ଷେତ୍ର । ଏହି ଅଂଚଳର ଗଲୱାନ ଘାଟିରେ ପିଏଲଏ ସହ ହୋଇଥିବା ସଂଘର୍ଷରେ ୨୦ଭାରତୀୟ ଯବାନ ସହିଦ ହୋଇଥିଲେ । ଏବେ ଏଠାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ପ୍ରସ୍ତୁତି କରିଛି ଭାରତୀୟ ସେନା ।

ପ୍ରତିକୂଳ ପରିବେଶରେ ପ୍ରତିରକ୍ଷାକୁ ମଜଭୁତ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଅତ୍ୟାଧୁନିକ ଘର ଭିତରେ ଏଭଳି ବ୍ୟବସ୍ଥା ରହିଛି, ଯେଉଁଠି ମାଇନସ ୪୦ଡିଗ୍ରୀ ତାପମାତ୍ରାରେ ବି ଯବାନମାନେ ଆରାମରେ ରହିପାରିବେ । ଶୀତ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବ ଲଦାଖର ଏହି ସ୍ଥାନରେ ୪୦ଫୁଟ ପର୍ଯ୍ୟନ୍ତ ବରଫ ଜମିଯାଏ ଏବଂ ତାପାମାତ୍ରା ମାଇନସ ୩୦ରୁ ୪୦ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଏ । ଏପରି ପ୍ରତିକୂଳ ପରିସ୍ଥିତିରେ ସୀମାର ସୁରକ୍ଷା ପାଇଁ ମୁତୟନ ଥିବା ଯବାନଙ୍କ ପାଇଁ ହୋଇଛି ଏହି ବ୍ୟବସ୍ଥା ।

ଚୀନ୍ ସହ ସୀମା ବିବାଦକୁ ନେଇ ଗତ କିଛି ମାସ ହେଲା ଚର୍ଚ୍ଚାରେ ରହିଛି ପୂର୍ବ ଲଦାଖ କ୍ଷେତ୍ର । ଏହି ଅଂଚଳର ଗଲୱାନ ଘାଟିରେ ପିଏଲଏ ସହ ହୋଇଥିବା ସଂଘର୍ଷରେ ୨୦ଭାରତୀୟ ଯବାନ ସହିଦ ହୋଇଥିଲେ । ଏବେ ଏଠାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ପ୍ରସ୍ତୁତି କରିଛି ଭାରତୀୟ ସେନା ।

ସୀମାରେ ଶତ୍ରୁ ପକ୍ଷର ମୁକାବିଲା କରିବା ପୂର୍ବରୁ ଭାରତୀୟ ସେନାକୁ ଖରାପ ପାଗର ମୁକାବିଲା କରିବାକୁ ପଡିଥାଏ । ଏହାକୁ ନଜରରେ ରଖି ହଜାର ହଜାର ସୈନିକଙ୍କ ପାଇଁ ପୂର୍ବ ଲଦାଖରେ ଏହି ମଡର୍ଣ୍ଣ ହାବିଟାଟର ବ୍ୟବସ୍ଥା ହୋଇଛି । ଏଠାରେ କ୍ୟାମ୍ପ ବାହାରେ ମାଇନସ ୪୦ଡିଗ୍ରୀକୁ ପାରଦ ଖସିଲେ ମଧ୍ୟ ଏହା ଭିତରେ ହିଟିଂ ସିଷ୍ଟମର ବ୍ୟବସ୍ଥା ରହିଛି । ସେହିପରି ଗରମ ପାଣି ଓ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ଚୀନ୍ ସହ ସୀମା ବିବାଦ ମଧ୍ୟରେ ପୂର୍ବ ଲଦାଖର ଗୁରୁତ୍ୱ ବେଶ ବଢିଯାଇଛି । ଏପରି ସ୍ଥିତିରେ ସେଠାରେ ଉଭୟ ଦେଶ ସେନା ଦୀର୍ଘ ଦିନ ଧରି ନଜର ରଖିଆସିଛନ୍ତି । ଏଥିଲାଗି ଯବାନଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

ଚୀନ୍ ସହ ବିବାଦ ମଧ୍ୟରେ ସୀମାରେ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଚାଲାକ ଚୀନର ସବୁ ଚାଲକୁ ମାତ୍ ଦେବା ପାଇଁ ସୀମାରେ ତୟାର ସୈନିକ । ଶୀତ ଦିନ ଆସିବାର ବେଶ ପୂର୍ବରୁ ସୀମାରେ ଯବାନଙ୍କ ପାଇଁ ସବୁ ସାମଗ୍ରୀ ପହଞ୍ଚାଇ ଦିଆଯାଇଛି । ସୀମାରେ ମୁତୟନ ଥିବା ଯବାନଙ୍କୁ ଯୁଦ୍ଧାସ୍ତ୍ରଠାରୁ ଆରମ୍ଭ କରି ରାସନ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ସାଇତି ରଖାଯାଏ ଲଦାଖର ଲେହ ଅସ୍ତ୍ରଶସ୍ତ୍ର ଡିପୋରେ । ଏହାସହ କେ ନାଇନ ଥଣ୍ଡର ଭଳି ଅତ୍ୟାଧୁନିକ ଟ୍ୟାଙ୍କ ଓ ଟି ନାଇନଟି ଭୀଷ୍ମ, ଟି ସେଭେନଟି ଟୁ ଅଜୟ, ଏକେ ଫର୍ଟି ସେଭେନ, ଏମ ସିକ୍ସଟିନ ରାଇଫଲ ଓ ପ୍ରଚୁର ପରିମାଣରେ ଗୋଳାବାରୁଦକୁ ଏଠାରେ ସାଇତି ରଖାଯାଏ । ଲଦାଖ ସମେତ କାଶ୍ମୀରର ବିଭିନ୍ନ ଅଂଚଳକୁ ଏଠାରୁ ଯବାନଙ୍କୁ ଆବଶ୍ୟକ ମୁତାବକ ସାମଗ୍ରୀ ଯୋଗାଇ ଦିଆଯାଏ । ଏହି ଅଞ୍ଚଳରେ ବର୍ଷରେ ୬ମାସ ତାପମାତ୍ରା ମାଇନସ ଡିଗ୍ରୀକୁ ଚାଲିଯାଏ । ଯାହାର ମୁକାବିଲା କରିବା ପାଇଁ ବେଶ ପୂର୍ବରୁ ପ୍ରସ୍ତୁତ ହୋଇଛି ଭାରତୀୟ ସେନା ।