ସୀମାନ୍ତରେ ପାକିସ୍ତାନର ବାରମ୍ୱାର ଅସ୍ତ୍ରବିରତି ଉଲଂଘନର ଜବାବ ଦେଲା ଭାରତ: ପାକିସ୍ତାନର ୧୦ ବର୍ଡର ପୋଷ୍ଟକୁ ଉଡାଇଲା ଭାରତୀୟ ସେନା

କହବଲିଆନ ନାଲି ସମହାନ ସେକ୍ଟରରେ ପାକ୍ ପୋଷ୍ଟକୁ ଟାର୍ଗେଟ କଲା ଭାରତ

930

କନକ ବ୍ୟୁରୋ: ଅସ୍ତ୍ରବିରତ ଉଲ୍ଲଂଘନର ମୁହଁତୋଡ ଜବାବ ଦେଲା ଭାରତୀୟ ସେନା । ଗୁରୁବାର ଏଲଓସି ନିକଟ ପାକିସ୍ତାନର ୧୦ ସେନା ଚେକପୋଷ୍ଟକୁ ଧୂଳିସାତ କରିଦେଇଛନ୍ତି ଭରାତୀୟ ଯବାନ । ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା । ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ ।

ଏହାପରେ ଭାରତୀୟ ଯବାନ ପାଲଟା ଆକ୍ରମଣ କରି ପାକ ରେଞ୍ଜର୍ସଙ୍କ ୧୦ଟି ସେନା ଚୌକିକୁ ମାଟିରେ ମିଶାଇ ଦେଇଛନ୍ତି । ଏଲଓସି ନିକଟ କହବଲିୟନ ନାଲି ସମହାନୀ ସେକ୍ଟରରେ ଥିବା ପାକ ସେନାର ବଙ୍କର ଓ ଚେକ ପୋଷ୍ଟକୁ ଟାର୍ଗେଟ କରିଥିଲେ । ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ୧୦ ସେନା ଚୌକି ଧୂଳିସାତ ହୋଇଥିବା ବେଳେ ପାକ୍ ସେନାର ବହୁତ କ୍ଷତି ହୋଇଥିବା କୁହାଯାଉଛି । ଅସ୍ତ୍ରବିରତି ଉଲ୍ଲଂଘନ କରିବାର ଦୁଃସାହାସର ପରିଣାମ ଭୋଗିଛି ପାକିସ୍ତାନ ।