ଆଜି କରୋନା ଯୋଦ୍ଧାଙ୍କୁ ଦେଶର ୩ ସେନା କରିବ ସମ୍ମାନିତ: ଡାକ୍ତର ଓ ନର୍ସଙ୍କ ପାଇଁ ହସ୍ପିଟାଲ ବାହାରେ ବାଜିବ ଆର୍ମି ବେଣ୍ଡ, ଆକଶ ମାର୍ଗରୁ ହେବ ଫୁଲବର୍ଷା
କନକ ବ୍ୟୁରୋ: ଆଜି କରୋନା ଯୋଦ୍ଧାଙ୍କୁ ସଲାମ କରିବ ସାରା ଭାରତ । ହେଲିକପ୍ଟର ମାଧ୍ୟମରେ ହସ୍ପିଟାଲଗୁଡିକ ଉପରେ ଫୁଲବର୍ଷା କରାଯିବ । ଆଜି ୩ ସେନା ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର,ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ.ସୁରକ୍ଷା କର୍ମଚାରୀ ଓ ଅନ୍ୟ ଫ୍ରଂଟଲାଇନ ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜଣାଇ ଆକାଶ ମାର୍ଗରୁ ଫୁଲବର୍ଷା କରିବେ ।ଏହି ନିଆରା ଦୃଶ୍ୟ ଆଜି ଦେଶର ସବୁ ପ୍ରାନ୍ତରେ ଦେଖିବାକୁ ମିଳିବ । ପୁର୍ବରୁ ପଶ୍ଚିମ,ଉତରରୁ ଦକ୍ଷିଣ ସବୁଆଡେ ଆକଶ ମାର୍ଗରୁ ହେବ ଫୁଲବର୍ଷା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ସେନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଗତ ଶୁକ୍ରବାର ଏନେଇ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ଆରମ୍ଭ ଦିଲ୍ଲୀର ପୁଲିସ ମେମୋରିଆଲରୁ ଆରମ୍ଭ ହେବ । ସେଠାରେ ଶ୍ରଦ୍ଧାଂଜଳି ଦିଆଯିବା ପରେ ବାୟୁସେନା ସାରା ଦେଶକୁ ଫ୍ଲାଇ ପାଷ୍ଟ କରିବ । ଆକାଶମାର୍ଗରୁ ଫୁଲବର୍ଷା ହେବ । ନାଭି ହେଲିକପ୍ଟର କରୋନା ହସ୍ପିଟାଲ ବା କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ।
ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ବିମାନ ଓ ଫାଇଟର ଜେଟ ଏହି ପ୍ଲାଇ ପାଷ୍ଟରେ ସାମିଲ ହେବ । ତାସହ ଦେଶର ବିଭିନ୍ନ ଜିଲ୍ଲାର କୋଭିଡ ହସ୍ପିଟାଲରେ ମାଉଁଟେନ ବ୍ୟାଣ୍ଡ ପରର୍ଫମାନ୍ସ ଦିଆଯିବ । ଦିଲ୍ଲୀ,ମୁମ୍ବାଇ,ଜୟପୁର,ଅହମଦାବାଦ,ଗୌହାଟୀ,ପାଟଣା, ଲକ୍ଷେ୍ନøରେ ଫାଇଟର ଜେଟ ପ୍ଲାଇପାଷ୍ଟ କରିବ । ସେହିପରି ଶ୍ରୀନଗର,ଚଣ୍ଡିଗଡ,ଦିଲ୍ଲୀ,ଜୟପୁର,ଭୋପାଳ,ମୁମ୍ବାଇ,ହାଇଦ୍ରାବାଦ,ବେଙ୍ଗାଲୁର, କୋଏମ୍ବାଟୁର, ଓ ଥିରୁଅନନ୍ତପୁରମରେ ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ ଫ୍ଲାଇପାଷ୍ଟ କରିବ ।