କନକ ବ୍ୟୁରୋ: ଏଲଏସିରେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ଗୋଟିଏ ପରେ ପଟେ ଗୋଟିଏ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ଚୀନ ସୀମାରେ ମୁତୟନ ହେବାରେ ଲାଗିଛି । ଆଉ ଏହାରି ଭିତରେ ଗୋଟିଏ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Advertisment

ଚୀନ୍ ସୀମାରେ ଭାରତୀୟ ସେନା ପୁଣି ଥରେ ତାର ଜଲୱା ଦେଖାଇଛି । ମାତ୍ର କେଇ ସେକେଣ୍ଡ ଭିତରେ ସିନ୍ଧୁ ନଦୀରେ ତିଆରି ହେଇଛି ଏମିତି ଅତ୍ୟାଧୁନିକ ପୋଲ । ଯାହା ଉପରେ ଖାଲି ଯବାନ ନୁହେଁ ସେନାର ଭାରି ଯାନ ବି ଯା ଆସ କରିପାରୁଛି । ତେବେ ଭାରତୀୟ ସେନାର କୋର୍ ଅଫ୍ ଇଞ୍ଜିନିୟର୍ସ ଲଦାଖ ସେକ୍ଟରରେ ଏହି ପୋଲ ତିଆରି କରିଛନ୍ତି ।

ମାତ୍ର କେଇ ଘଣ୍ଟା ଭିତରେ ସିନ୍ଧୁ ନଦୀ ଉପରେ ଏହି ଫ୍ଲୋଟିଂ ପୁଲ୍ ତିଆରି ହେଇଛି । ପୂର୍ବ ଲଦାଖରେ ସପ୍ତ ଶକ୍ତି ଇଞ୍ଜିନିୟର୍ସ ଏହି ଅଜବ କାରନାମାକୁ ସତ କରି ଦେଖାଇଛନ୍ତି । ତେବେ ସେହି ସମୟର ଭିଡିଓକୁ ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ ଟୁଇଟ୍ କରି ସେୟାର କରିଛି । ଆଉ ସେନାର ଇଞ୍ଜିନିୟର୍ସଙ୍କୁ ପ୍ରଶଂସାରେ ପୋତି ପକାଇଛି ।

ସୀମାରେ ଚୀନ୍ ଆଉ ଭାରତ ଭିତରେ ସବୁବେଳେ ଉତେଜନା ଲାଗି ରହିଛି । ଚୀନ୍ ସୈନିକମାନେ ସୀମାରେ ମନମାନି କରୁଥିବାବେଳେ, ଭାରତୀୟ ଯବାନ ବି ଏହାର ଜବାବ ଦେଉଛନ୍ତି । ସୀମାରେ ଉତେଜନାକୁ ଦେଖି ଏବେ ଏଲଏସିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି ଭାରତୀୟ ସେନା । ତେଣୁ ଏଭଳି ସମୟରେ ସିନ୍ଧୁ ନଦୀ ଉପରେ ଏହି ଅସ୍ଥାୟୀ ପୋଲ ସେନାକୁ ନିଶ୍ଚୟ ସାହାଯ୍ୟ ଯୋଗାଇବ ।