ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଜଣେ ପାଇଲଟ୍ ସହିଦ୍, ଅନ୍ୟଜଣେ ଗୁରୁତର

70

କନକ ବ୍ୟୁରୋ: ଅରୁଣାଚଳପ୍ରଦେଶର ତବାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ସହିଦ ହୋଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣା ସକାଳ ପାଖାପାଖି ୧୦ଟା ସମୟରେ ହେଲିକପ୍ଟର ଉଡାଣ ଭରୁଥିବାବେଳେ ଘଟିଛି । ଏଥିରେ ୨ଜଣ ପାଇଲଟ୍ ଥିଲେ । ଦୁର୍ଘଟଣାରେ ଲେପ୍ଟେନାଣ୍ଟ କର୍ଣ୍ଣଲ ସୌରଭ ଯାଦବଙ୍କ ପରଲୋକ ହୋଇଥିବାବେଳେ ଅନ୍ୟ ପାଇଲଟଙ୍କର ଚିକିତ୍ସା ଚାଲିଥିବା ସେନା ଅଧିକାରୀ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ହେଲିକପ୍ଟର ଚିତା ଜେମିଥାଙ୍ଗର ବିଟିକେ ଅଞ୍ଚଳ ପାଖ ନ୍ୟାମଜଙ୍ଗ ଚୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ହେଲିକପ୍ଟରଟି ଇନଫ୍ୟାଣ୍ଟ୍ରି ଡିଭିଜନ୍ ର ଜେନେରାଲ ଅଫିସର କମାଣ୍ଡିଙ୍ଗଙ୍କୁ ଛାଡି ସୁରବା ସାମ୍ବାର ଇଲାକାରୁ ଫେରୁଥିଲା । ତେବେ ଏଯାଏଁ ଦୁର୍ଘଟଣାର କାରଣ ଜଣାପଡିନାହିଁ ।