ବଢିବ ସେନାର ଶକ୍ତି : ଖୁବଶୀଘ୍ର ସେନାରେ ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ , ପ୍ରତି ମିନିଟରେ ୭ ଶହ ରାଉଣ୍ଡ ଫାୟାର କରିବାର ସାମର୍ଥ୍ୟ ରଖୁଛି କାର୍ବାଇନ

213

ସେନାକୁ ମିଳିବ ଶକ୍ତି । ଖୁବଶୀଘ୍ର ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ, ଡିଆରଡିଓ ଏହାର ଫାଇନାଲ ଟ୍ରାଏଲ ପୁରା କରିସାରିଛି । ଖୁବଶୀଘ୍ର ଏହା ସେନାରେ ସାମିଲ ହେବ । ପ୍ରତି ମିନିଟରେ ଏହି କାର୍ବାଇନ ବନ୍ଧୁକ ୭ ଶହ ରାଉଣ୍ଡ ଫାୟାର କରିପାରିବ । ଏ ନେଇ ଡିଆରଡିଓ ପକ୍ଷରୁ କୁହାଯାଇଛି, ସେନା ଦ୍ୱାରା ବନ୍ଧୁକର ଶେଷ ପର୍ଯ୍ୟାୟ ପରୀକ୍ଷା ସରିଛି । ଆଉ ଏହା ଉପଯୋଗ ପାଇଁ ପ୍ରସ୍ତୁତ ହୋଇ ରହିଛି ।

ରିପୋର୍ଟ ଅନୁସାରେ, ସେନାର ଗ୍ରୀନ ସିଗନାଲ ପରେ ଏହା ସିଆରପିଏଫ, ବିଏସଏଫ ଓ ରାଜ୍ୟପୁଲିସକୁ ବ୍ୟବହାର ପାଇଁ ଅନୁମତି ଦିଆଯିବ । ଡିଆରଡିଓ ରିପୋର୍ଟ ଅନୁସାରେ, ଏହି କାର୍ବାଇନ ବନ୍ଧୁକ କମ ରେଞ୍ଜର ଅପନରେସନ ପାଇଁ ଏକ ଖାସ ହତିଆର ଭାବେ କାମ କରିବ । ଡିଆରଡିଓର ପୁନେସ୍ଥିତ ଲ୍ୟାବରେ କାର୍ବାଇନ ବନ୍ଧୁକର ଡିଜାଇନ ପ୍ରସ୍ତୁତ କରାଯାଇଛି । କାହାକୁ କ୍ଷତି ନ ପଂହଚାଇ ଏହା ଟାର୍ଗେଟକୁ ଆକ୍ରମଣ କରିପାରିବ । ଏହି ବନ୍ଧୁକ ପାଇଁ ଗୁଳି ପୁନେର ଗୋଳାବାରୁଦ କାରାଖାନାରେ ପ୍ରସ୍ତୁତ ହେବ ।

ଏହି ବନ୍ଧୁକରେ କଣ ରହିଛି ଖାସ :  
-କାର୍ବାଇନ ବନ୍ଧୁକ ଗୋଟିଏ ମିନିଟରେ ୭ ଶହ ରାଉଣ୍ଡ ଗୁଳି ଫାୟାରିଙ୍ଗ କରିପାରିବ
– ଲାଗାତାର ଗୁଳିବିନିମୟ ସମୟରେ ସୈନ୍ୟ ଏହାକୁ ଆରାମରେ ଧରିପାରିବେ
-ଓଜନ ବହୁତ ହାଲୁକା, ସୈନ୍ୟ ଏହାକୁ ଗୋଟିଏ ହାତରେ ଧରି ଚଳାଇପାରିବେ
-ସେନାରେ ବ୍ୟବହୃତ ୯ ଏମଏମ କାର୍ବାଇନରେ ଏହା ଜାଗା ନେବ
-କାହାକୁ କ୍ଷତି ନ ପଂହଚାଇ ଏହା ଟାର୍ଗେଟକୁ ଆକ୍ରମଣ କରିପାରିବ