କନକ ବ୍ୟୁରୋ : ଦୀପାବଳି ଅବସରରେ ଭାରତ ଏବଂ ପାକିସ୍ତାନର ସେନା ମଧ୍ୟରେ ଆଜି ନିୟନ୍ତ୍ରଣ ରେଖା ଉପରେ ଥିବା ତିଥୱାଲ କ୍ରସିଂ ବ୍ରିଜରେ ମିଠା ବିନିମୟ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟ ଗୁଜୁରାଟର ଅଟାରୀ-ୱାଘା ଏବଂ ଭାରତ- ପାକିସ୍ତାନ ଆନ୍ତର୍ଜାତୀୟ ସୀମା ଏବଂ ରାଜସ୍ଥାନର ବାରମେର ସେକ୍ଟରରେ ପରସ୍ପର ମଧ୍ୟରେ ମିଠା ପ୍ୟାକେଟର ବିନିମୟ କରିଥିବା ଦେଖିବାକୁ ମିଳିଛି।
#WATCH | Indian Army and Pakistan Army exchange sweets at Tithwal crossing bridge on the Line of Control (LoC) on the occasion of #Diwali pic.twitter.com/BE22qNWZRU
— ANI (@ANI) November 4, 2021
ଏହି ଉତ୍ସବକୁ ପାଳନ କରିବା ପାଇଁ ବିଏସଏଫ ଯବାନମାନେ ଗତକାଲି ରାତିରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ଥିବା ବର୍ଡର ଗାର୍ଡ ବାଂଲାଦେଶ ସହିତ ମିଠା ବିନିମୟ କରିଥିଲେ।
On the occasion of #Diwali Inspector General of Border Security Force (BSF), Tripura exchanged sweets with the counterpart Border Guard Bangladesh (BGB) on the zero line, at the Integrated Check Post in Agartala.
(PC: BSF Tripura Twitter Profile) pic.twitter.com/Mb1MTegGuP
— ANI (@ANI) November 4, 2021
ଗୁଆହାଟି ଫ୍ରଣ୍ଟିୟର (ବିଏସଏଫ)ର ସରକାରୀ ହ୍ୟାଣ୍ଡେଲ ଟୁଇଟ୍ କରି କହିଛି, ଦୀପାବଳିର ଶୁଭ ଅବସରରେ ଏଫଟିଆରର ସୀମା ସୁରକ୍ଷା କର୍ମୀମାନେ ଭାରତ- ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସହିତ ମିଠା ପ୍ୟାକେଟର ବିନିମୟ କରିବା ସହ ପରସ୍ପରକୁ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ।
Punjab: Border Security Force (BSF) and Pakistan Rangers exchange sweets at the Attari-Wagah border on the occasion of #Diwali. pic.twitter.com/nDscZnxbo6
— ANI (@ANI) November 4, 2021
ଉଲ୍ଲେଖଯୋଗ୍ୟ, ଇଦ୍, ହୋଲି, ଦୀପାବଳି ଭଳି ପ୍ରମୁଖ ପର୍ବପର୍ବାଣୀରେ ଭାରତ ଏବଂ ପାକିସ୍ତାନର ସେନା ଯବାନଙ୍କ ମଧ୍ୟରେ ମିଠା ବିନିମୟ କରିବାର ପରମ୍ପରା ରହିଛି।