ପାକିସ୍ତାନର ବଡ଼ ଷଡଯନ୍ତ୍ରକୁ ପଣ୍ଡ କଲା ଭାରତୀୟ ସେନା । ନଗରୋଟାରେ ୨୬/୧୧ ଆକ୍ରମଣ ପରି ବଡ଼ ହମଲା ପାଇଁ ପ୍ରସ୍ତୁତ ହେଉଥିଲେ ଆତଙ୍କୀ

247

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଟ୍ୱିଟ ଉପରେ ନଜର ପକାନ୍ତୁ । ଜମ୍ମୁକଶ୍ମୀରର ନଗରୋଟାରେ ୪ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିହତ କରିଥିବାରୁ ମୋଦୀ ପ୍ରଶଂସା କରିଛନ୍ତି । ହେଲେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲା ବୋଲି ସଙ୍କେତ ଦେଇଛନ୍ତି ।

୨୦୦୮ ନଭେମ୍ବର ୨୬ତାରିଖରେ ଭାରତରେ ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏଥିରେ ୧୬୬ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆତଙ୍କୀ ଆକ୍ରମଣର ବର୍ଷ ପୂର୍ତି ଅବସରରେ ଆଉ ଏକ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିଲା ଜୈଶ ଏ ମହମ୍ମଦ ।

ନଗରୋଟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ବିଫଳ ହେବା ପରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।

ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଭଣ୍ଡୁର ହୋଇଯାଇଛି । ନଗରୋଟା ଫାୟାରିଂ ଭିଜୁଆଲ.. ନଗ୍ରୋଟା ଅଂଚଳର ଏକ ଟୋଲପ୍ଲାଜା ନିକଟରେ ଟ୍ରକରେ ସବାର ହୋଇ ଆସିଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ବିସ୍ପୋରଣରେ ଟ୍ରକକୁ ଉଡାଇ ଦେଇଥିବା ସହ ଖସିପଳାଇଥିବା ଆତଙ୍କବାଦୀଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।