ସୀମାରେ ଦୁର୍ଗମ ଅଂଚଳରେ ଜେଟ୍ ପ୍ୟାକ ସୁଟ୍ ପିନ୍ଧି ଶତ୍ରୁଙ୍କୁ ଦମନ କରିବେ ଭାରତୀୟ ଯବାନ । ୧୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ୫୦ କିଲୋମିଟର ବେଗରେ ଉଡିବାର ରଖିଛି କ୍ଷମତା

89

କନକ ବ୍ୟୁରୋ : ହାଇଟେକ୍ ହେବ ଇଣ୍ଡିଆନ ଆର୍ମିର ଯୁଦ୍ଧ ଲଢିବାର କ୍ଷମତା । ଆଉ ଶୂନ୍ୟରେ ଉଡିବ ସେନା । ଦୁର୍ଗମ ଅଂଚଳରେ ପ୍ରବେଶ କରି ଶତ୍ରୁକୁ ଦମନ କରିବେ ଭାରତୀୟ ସେନା । ଆଇରନ ମ୍ୟାନ୍ ଭଳି ଆକାଶରେ ଉଡିବେ ଆମ ଭାରତୀୟ ସେନା । ଏପରି ଉଡିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ୟାକପଟ କିଟ୍ । ଏହି କିଟ୍ ଏବେ ଅର୍ଡର କରିଛି ଭାରତୀୟ ସେନା । ନିକଟରେ ଆର୍ମେନିଆ-ଆଜରବାଇଜାନ ଠାରୁ ଆରମ୍ଭ କରି ରୁଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ଦେଖିବା ପରେ ଏଭଳି ଜ୍ୟାକପଟ କିଣିବାକୁ ନିଷ୍ପତି ନେଇଛି ଭାରତୀୟ ସେନା । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜ୍ୟାକପଟ ପିନ୍ଧି ଘଂଟାପ୍ରତି ୫୦ କିଲୋମିଟର ବେଗରେ ସର୍ବାଧିକ ୧୦ ହଜାର ଫୁଟ ଉଚରେ ଉଡିହେବ ।

ପ୍ରାଥମିକ ଭାବେ ୪୮ଟି ଜ୍ୟାକପଟ ସୁଟ୍, ୧୦୦ଟି ରୋବଟ ଏବଂ ୧୩୦ଟି ଫାଷ୍ଟ-ଟ୍ରାକ ‘ଟିଥର୍ଡ’ ଡ୍ରୋନ୍ ସିଷ୍ଟମ କିଣିବାକୁ ଲକ୍ଷ୍ୟ ରହିଛି । ସେନା କହିଛି, ଏହି ଏହି ଜ୍ୟାଟପେକ ସୁଟରେ ସେନାର ଲ୍ୟାଣିଂ ଏବଂ ଟେକ ଅପ୍ ବ୍ୟବସ୍ଥା ରହିଥିବା କୁହାଯାଉଛି । ସେହିପରି ଡ୍ରୋନ ଜରିଆରେ ଦୀର୍ଘ ସମୟ ଧରି ସୀମା ରେଖା ଉପରେ ନଜର ରଖିପାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।