କନକ ବ୍ୟୁରୋ : ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ କରିଛି ଭାରତ । ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ । ତୀରନ୍ଦାଜୀର ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୧୬ଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି । ବୁଧବାର ଭାରତକୁ ୩୫ କିଲୋମିଟର ରେସ୍ ୱାର୍କରେ ମଧ୍ୟ ବ୍ରୋଞ୍ଜ ପଦକ ମିଳିଛି ।

Advertisment

୭୧ ପଦକ ସହ ଭାରତ ନୂଆ ରେକର୍ଡ କରିଛି । ଏହାପୂର୍ବରୁ ଜାକର୍ତ୍ତାରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ଟି ପଦକ ଜିତିଥିଲା । କିନ୍ତୁ ଚଳିତ ଏସୀୟ କ୍ରୀଡାରେ ଏହି ରେକର୍ଡ ଭାଙ୍ଗିଛି ଭାରତ । ଆଗକୁ ଆଉ କିଛି ଇଭେଣ୍ଟରେ ମଧ୍ୟ ଭାରତର ପଦକ ଆଶା ରହିଛି । ଆଜି ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ତେଣୁ ନୀରଜଙ୍କ ଠାରୁ ମଧ୍ୟ ଏକ ପଦକ ଆଶା ରଖିଛି ଭାରତ ।

ମଙ୍ଗଳବାର ଭାରତକୁ ମୋଟ ୯ଟି ପଦକ ମିଳିଥିଲା । ଯେଉଁଥିରେ ୨ଟି ସ୍ୱର୍ଣ୍ଣପଦକ ରହିଥିଲା । ଭାରତ ୭୧ଟି ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।