କନକ ବ୍ୟୁରୋ : ବିଶ୍ୱର ସର୍ବ ଶକ୍ତିମାନ ଦେଶଙ୍କ କଥା ଆସିଲେ ପ୍ରଥମେ ଆସିଥାଏ ଆମେରିକାର ନାଁ । ଏହି ତାଲିକାରେ ଭାରତ ୪ର୍ଥ ସ୍ଥାନରେ ଆସୁଥିଲେ ବି କୁହାଯାଏ ଭାରତୀୟ ବାୟୁସେନା ଅନ୍ୟ ଦେଶଙ୍କ ବାୟୁସେନାଠୁ ଅଧିକ ଶକ୍ତିଶାଳି । ଆଉ ଏହାରି ମଧୟରେ ଏପ୍ରିଲ ୧୦ତାରିଖରେ ହେବାକୁ ଯାଉଛି ଦୁଇ ଶକ୍ତିଶାଳି ରାଷ୍ଟ୍ର ଭାରତ ଓ ଆମେରିକା ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ । ଏହି ଯୁଦ୍ଧାଭ୍ୟାସ୍ ପଶ୍ଚମବଙ୍ଗର କଲାଇକୁଣ୍ଡା ଏୟାରବେସରେ ହେବ । ଏହି ଯୁଦ୍ଧାଭ୍ୟାସର ନାଁ ହେଉଛି କୋପ ଇଣ୍ଡିଆ । ଏଥିରେ ସ୍ୱଦେଶୀ ଏଲସିଏ ତେଜସ୍ ଓ ରାଫେଲ ଫାଇଟର୍ ଜେଟ୍ ସାମିଲ ହେବାର ସମ୍ଭାବନା ରହିଛି । ଏବେ ଆସନ୍ତୁ ଜାଣିବା କେଉଁ ଦେଶର ଯୁଦ୍ଧ ବିମାନ କେତେ ଶକ୍ତିଶାଳି ।

Advertisment

ଏହି ଯୁଦ୍ଧାଭ୍ୟାସରେ ଆମେରିକାର ଏଫ୍-୧୫ ଷ୍ଟ୍ରାଇକର୍ ଇଗଲ୍ ଏବଂ ଭାରତୀୟ ଫାଇଟର୍ ଜେଟ୍ ସୁଖୋଇ ସୁ-୩୦ ଏମକେଆଇ ମଧ୍ୟରେ ଜବରଦସ୍ତ ମୁକାବିଲା ହେବାକୁ ଯାଉଛି । ଏଫ-୧୫କୁ ବୋଇଙ୍ଗ୍ କମ୍ପାନୀ ବନାଇଥିବା ବେଳେ ସୁଖୋଇ ସୁ-୩୦ ଏମକେଆଇକୁ ହାଲ ବନାଇଛି ।

ଏଫ୍-୧୫ ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧ ବିମାନର ଲମ୍ବ ୬୩.୯ ଫୁଟ୍, ୱିଙ୍ଗ୍ ସ୍ପେନ୍ ୪୨.୯ଫୁଟ୍ ଏବଂ ଉଚ୍ଚତା ୧୮.୯ ଫୁଟ ରହିଛି । ସେହିପରି ସୁଖୋଇ ସୁ-୩୦ ଏମକେଆଇ ଲମ୍ବ ୭୨ଫୁଟ୍, ପଙ୍ଖର ଲମ୍ବ ୪୮.୩ଫୁଟ, ଉଚ୍ଚତା ୨୦.୧୦ ଫୁଟ୍ ।

ସୁଖୋଇ ସୁ-୩୦ ଏମକେଆଇ ଅଧିକତ୍ତମ ୫୭ହଜାର ଫୁଟ ଉଚ୍ଚତାରେ ଉଡିପାରୁଥିବା ବେଳେ ଏଫ୍-୧୫ ଷ୍ଟ୍ରାଇକ୍ ଇଗଲ୍ ୬୦ହଜାର ଫୁଟ ଉଚ୍ଚତାରେ ଉଡିବାର କ୍ଷମତା ରଖିଛି । ସବୁଠୁ ବଡ କଥା ହେଉଛି, ଏଫ୍ ୧୫ ଏକ ମିନିଟରେ ୫୦ହଜାର ଫୁଟ ଉଚ୍ଚତା ଛୁଇଁ ପାରୁଥିବା ବେଳେ ସୁଖୋଇ ଏକ ମିନିଟରେ ୫୯ହଜାର ଫୁଟ ଉଚ୍ଚତା ଛୁଇଁ ପାରୁଥିବାର କ୍ଷମତା ରଖିଥାଏ । ତେବେ ଏହି ଯୁଦ୍ଧାଭ୍ୟାସରେ କେବଳ ଏଫ୍-୧୫ ଏବଂ ସୁଖୋଇ ସାମିଲ ହେବେ ତା ନୁହେଁ, ଉଭୟ ରାଷ୍ଟ୍ରର ଅନ୍ୟ ଫାଇଟର୍ ଜେଟ ବି ସାମିଲ ହେବେ ।