ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଂଗୀତ ‘ବଦଲୁରାମ କା ବଦନ’ ରେ ନାଚିଲେ ଦୁଇ ଦେଶର ଯବାନ ! ଦେଖନ୍ତୁ ଭିଡିଓ 

141

ଭାରତୀୟ ସେନା ଏବଂ ଆମେରିକା ସେନା ଏକ ସଙ୍ଗେ ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଂଗୀତ “ବଦଲୁରାମ କା ବଦନ ଜମିନ୍ କେ ନିଚେ ହେ ଔର୍ ହମକୋ ଉସକା ରାସନ୍ ମିଲତା ହେ” ରେ ନାଚୁଥିବା ଏବଂ ଗାଉଥିବା ଦେଖିବାକୁ ମିଳିଛି । ଏହି ହୃଦୟସ୍ପର୍ଶୀ ଭିଡିଓ ଆମେରିକାର ମେକହାର୍ଡର ବେସ୍ ଲୁଇସ୍ ରେ ଦେଖିବାକୁ ମିଳିଛି । ଯେଉଁଠାରେ ଦୁଇ ଦେଶର ସେନା ସଂଯୁକ୍ତ ଯୁଦ୍ଧାଭ୍ୟାସ କରୁଥିବା ସମୟରେ ଏହି ଗୀତ ଗାଇ ଗାଉଛନ୍ତି । ୧୯୪୧ ରେ ପ୍ରସ୍ତୁତ ହୋଇଥିବା ଆସାମ୍ ରେଜିମେଣ୍ଟ୍ ର ଏହି ଗୀତ ସହିଦ୍ ବଦଲୁରାମ୍ ଙ୍କ ବୀରତାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିଲା ଯାହା ମାର୍ଚ୍ଚ ସଂଗୀତ ଭାବରେ ଶୁଣିବାକୁ ମିଳୁଥିଲା ।

କିଏ ବଦଲୁରାମ୍ , ଏବଂ ତାଙ୍କ ଉପରେ କାହିଁକି ଏଭଳି ସଂଗୀତ ପ୍ରସ୍ତୁତ କରାଯାଇଛି ?

ଭାରତୀୟ ସେନା ଏବଂ ସେନାର ଯବାନଙ୍କ ବାହାଦୁରିତାକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଏଭଳି ଏକ ସତ କାହାଣୀ ହେଉଛି ବଦଲୁରାମଙ୍କର । ସେପ୍ଟେମ୍ବର ୨୩ , ୧୯୧୮ ବ୍ରିଟିଶ୍ ଇଣ୍ଡିୟାନ୍ ଆର୍ମିରେ ଥିବା ବଦଲୁରାମ୍ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ୍ ହୋଇଯାଇଥିଲେ । ତାଙ୍କ ବାହାଦୁରିତାର ଅନେକ କଥା ଶୁଣିବାକୁ ମିଳେ । ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଙ୍ଗ୍ “ବଦଲୁରାମ୍ କା ବଦନ ଜମିନ୍ କେ ନିଚେ ହେ” ତାଙ୍କର ଏହି କଥାକୁ ବର୍ଣ୍ଣନା କରିଥାଏ । ଏହି ଗୀତରେ କୁହାଯାଇଛି ଯେ ବଦଲୁରାମ୍ ସହିଦ୍ ହେବା ପରେ ମଧ୍ୟ କ୍ୱାର୍ଟର ମାଷ୍ଟର ତାଙ୍କ ନାଁକୁ ହଟାଇ ନଥିଲେ । ଯେଉଁ କାରଣରୁ ଯବାନଙ୍କୁ ତାଙ୍କ ନାଁରେ ଖାଦ୍ୟ ପଦାର୍ଥ ମିଳିଥାଏ । ଏହି କାରଣରୁ ଯବାନମାନଙ୍କ ପାଖରେ ଏକମାସ ଭିତରେ ଅନେକ ଖାଦ୍ୟ ପଦାର୍ଥ ଠୁଳ ହୋଇଯାଇଥିଲା । ଏହି ସବୁ ଖାଦ୍ୟ ପଦାର୍ଥ ସେତେବେଳେ କାମରେ ଆସିଲା ଯେତେବେଳେ ଜାପାନ୍ ରେଜିମେଣ୍ଟ୍ ଆସାମକୁ ଘେରି ଦେଇଥିଲା ଏବଂ କେଉଁଠାରୁ ରାସନ୍ ସପ୍ଲାଇ ହେଉନଥିଲା । ଆସାମ୍ ରେଜିମେଣ୍ଟ୍ ଏହି ମାର୍ଚ୍ଚ ସଂଗୀତରେ ସହିଦ୍ ବଦଲୁରାମ୍ ଙ୍କୁ ଧନ୍ୟବାନ ଜଣାଇଥାନ୍ତି ।