କୁ ଅଭ୍ୟାସ ଛାଡିବାକୁ ମାଲିକଙ୍କ ନୂଆ ଉପାୟ, ମାଡ ମାରିବାକୁ ମହିଳା କର୍ମଚାରୀ ନିଯୁକ୍ତ

119

କନକ ବ୍ୟୁରୋ : ଯଦି ଆମେ ସୋସିଆଲ ମିଡିଆ କଥା ଆଲୋଚନା କରିବା ତେବେ ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସାଇଟ ହେଉଛି ଫେସବୁକ୍ । କିଛିଲୋକ ଫେସବୁକ ମାୟାରେ ଏମିତି ପଡିଗଲେଣି ଯେ ପ୍ରତି କିଛି ସମୟ ଅନ୍ତରରେ ଫେସବୁକ ନଖୋଲିଲେ ତାଙ୍କୁ ଭଲ ଲାଗେନାହିଁ । ଏହାସହ ଯେତେବେଳେ ବି ସେମାନେ ମୋବାଇଲରେ କାମ କରିବାକୁ ବାହାରିଲେ କିଛି ସମୟ ପାଇଁ ହେଉ ବି ସେମାନେ ଫେସବୁକ୍ ସାଇଟରେ ଆଖି ବୁଲାଇ ଆଣିବା ସେମାନଙ୍କର ଅଭ୍ୟାସ । ଏନେଇ ଜଣେ ମାଲିକ ଏହି କୁ ଅଭ୍ୟାସରୁ ମୁକ୍ତି ପାଇବାକୁ ଏମିତି ଜଣେ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି ଯେ କି ମାଲିକ ଯେତେବେଳେ ମୋବାଇଲ ସ୍କ୍ରିନରେ ଫେସବୁକ ଖୋଲିବେ ସେ ତାଙ୍କୁ ଚାପୁଡାଟିଏ ମାରିବାକୁ ନିର୍ଦ୍ଦେଶ ରହିଛି । ୨୦୧୨ ରୁ ମାଲିକ ଜଣଙ୍କ ମହିଳାଙ୍କୁ ଏହି କାମରେ ନିଯୁକ୍ତ କରିଛନ୍ତି । ମହିଳାଙ୍କୁ ମିଳିଥିବା ଏଭଳି ଚାକିରୀକୁ ନେଇ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତ ଏଲନ ମସ୍କ ବି ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ମୁତାବକ ଆମେରିକୀୟ ବ୍ୟବସାୟୀ ମନୀଷ ସେଠୀ ଫେସବୁକ ଖୋଲିଲେ ପ୍ରତିଥର ତାଙ୍କୁ ଚାପୁଡା ମାରିବାକୁ ଜଣେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୋଷାକ ବ୍ରାଣ୍ଡ ‘ପାବଲୋକ’ର ସଂସ୍ଥାପକ ମନୀଷ ସେଠୀ ଏହି କାମ ପାଇଁ କାରା ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ମହିଳା ଜଣଙ୍କ ମନୀଷଙ୍କ ମୋବାଇଲର ସ୍କ୍ରିନ ଦେଖିବା ଓ ଫେସବୁକ ଖୋଲିଲେ ତାଙ୍କୁ ଚାପୁଡା ମାରିବାକୁ ମନୀଷ କାରାଙ୍କୁ  ଘଂଟାପ୍ରତି ୮ ଡଲାର ପ୍ରଦାନ କରିଥାନ୍ତି ।

ମନୀଷ ସେଠୀ ୨୦୧୨ ରୁ ଏଭଳି କାମ ପାଇଁ କାରାଙ୍କୁ ନିଯୁକ୍ତି ଦେଇଥିଲେ ବି ଏବେ ଏହାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି କି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଦୁଇଟି ଇମୋଜୀ ସହ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।