ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ । ଭାରତୀୟ ସମୟ ରାତି ୮.୩୦ ରେ ନାସା ଅଫିସିଆଲ ୱେବସାଇଟରେ ହେବ ସିଧା ପ୍ରସାରଣ

Advertisment
ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ । ଭାରତୀୟ ସମୟ ରାତି ୮.୩୦ ରେ ନାସା ଅଫିସିଆଲ ୱେବସାଇଟରେ ହେବ ସିଧା ପ୍ରସାରଣ

କନକ ବ୍ୟୁରୋ : ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ରାତି ୮ଟା ୩୦ ସମୟରେ ସୁନୀତା ୱିଲିୟମ୍ସ ମହାକାଶରୁ ନିଜର ବାର୍ତ୍ତା ରଖିବା ସହ ମିଶନ ସର୍ମ୍ପକରେ ଅଧିକ ସୂଚନା ଦେବେ। ସୁନୀତା ୱିଲିୟମ୍ସଙ୍କ ସହ ତାଙ୍କ ସହଯୋଗୀ ବଚ୍ ୱିଲମୋରଙ୍କ ଜୁନ୍ ୫ ତାରିଖରେ ଏକ ୧୦ ଦିନିଆ ମିଶନରେ ମହାକାଶକୁ ଯାତ୍ରା କରିଥିଲେ। ତେବେ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁଇ ମହାକାଶଚାରୀ ବର୍ତ୍ତମାନ ପର୍ୟ୍ୟନ୍ତ ପୃଥିବୀ ପୃଷ୍ଠକୁ ଫେରିପାରୁନାହାଁନ୍ତି। ଏଥିପାଇଁ ଆହୁରି ବିଳମ୍ବ ହେବାନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ଏହାରି ମଧ୍ୟରେ ଆଜି ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ସୁନୀତା ୱିଲିୟମ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe