ବଢ଼ିବ ବାୟୁସେନା ଶକ୍ତି । ଦୁଇ ଶହ ଯୁଦ୍ଧ ବିମାନ କିଣିବାକୁ ସରକାରଙ୍କ ନିଷ୍ପତି, ହାଲ୍ ଠାରୁ କିଣାଯିବ ୮୩ଟି ତେଜସ୍ ବିମାନ

203

କନକ ବ୍ୟୁରୋ : ଦୁଇ ଶହ ଯୁଦ୍ଧ ବିମାନ କିଣିବ ବାୟୁସେନା । ଏନେଇ ପ୍ରତିରକ୍ଷା ସଚିବ ସୂଚନା ଦେଇଛନ୍ତି । ବାୟୁସେନାର ଆବଶ୍ୟକତାକୁ ଆଖିରେ ରଖି ୨ଶହ ବିମାନ କିଣାଯିବ ବୋଲି ସେ କହିଛନ୍ତି । ହାଲ୍ ଠାରୁ ୮୩ଟି ତେଜସ୍ ବିମାନ କିଣାଯିବ । ଏହାଛଡ଼ା ଆଉ ୧୧୦ଟି ଯୁଦ୍ଧ ବିମାନ କିଣାଯିବାକୁ ନିଷ୍ପତି ହୋଇଛି ।

ଏନେଇ ଖୁବ ଶୀଘ୍ର ଆଗ୍ରହୀ କମ୍ପାନୀ ମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯିବ । ବାୟୁସେନା ପାଖରେ ଏବେ ସୁଖୋଇ ୩୦, ମିରାଜ ୨୦୦୦, ମିଗ୍ ୨୯, ଜାଗୁଆର, ମିଗ୍ ୨୧ ପରି ବିମାନ ରହିଛି । ଚଳିତବର୍ଷ ଫ୍ରାନ୍ସ କମ୍ପାନୀ ଠାରୁ ଅଧିକ ରାଫେଲ ବିମାନ ମିଳିବାର ସମ୍ଭାବନା ରହିଛି ।