ଭାରତ ଆରମ୍ଭ କଲା ସର୍ବକାଳୀନ ବୃହତ ସାମରିକ ଅଭ୍ୟାସ । ସମ୍ପ୍ରତି ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧକୁ କେନ୍ଦ୍ର କରି ସମଗ୍ର ବିଶ୍ୱରେ ଆଶା ଓ ଆଶଙ୍କା ଲାଗି ରହିଥିବା ବେଳେ ଭାରତ ଏଭଳି ଅଭ୍ୟାସ ଆରମ୍ଭ କରିଛି । ‘ଗଗନଶକ୍ତି’ ନାମରେ ନାମିତ ଏହି ‘ହାଇ-ଭୋଲଟେଜ୍’ ସାମରିକ ଅଭ୍ୟାସରେ ୧,୧୫୦ ଲଢ଼ୁଆ ବିମାନ, ସାମରିକ ବିମାନ, ହେଲିକପ୍ଟର ଓ ଡ୍ରୋନ୍ ସାମିଲ ହୋଇଥିବା ବେଳେ ଉଭୟ ସ୍ଥଳସେନା ଓ ନୌସେନା ମଧ୍ୟ ସକ୍ରିୟ ଭାବେ ସାମିଲ ହେବା ସହ ବାୟୁସେନାକୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି। ଏହି ସାମରିକ ଅଭ୍ୟାସ କାଳରେ ଭାରତୀୟ ବାୟୁସେନାର ଲଢୁଆ ଜେଟ ଗୁଡିକ ୭୨ ଘଣ୍ଟା ମଧ୍ୟରେ ୫୦୦୦ ଉଡ଼ାଣ ଭରିବା ସହ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ସାମରିକ ଅଭ୍ୟାସ ‘ସର୍ଜ’ ପରେ ପଡ଼ୋଶୀ ପାକିସ୍ତାନ ସୀମାନ୍ତକୁ ଲାଗିଥିବା ଦେଶର ପଶ୍ଚିମ ପଟରେ ଭାରତୀୟ ବାୟୁସେନା ଏହି ସାମରିକ ଅଭ୍ୟାସ ଆରମ୍ଭ କରି ୭୨ ଘଣ୍ଟା ମଧ୍ୟରେ ୫୦୦୦ ଉଡ଼ାଣ ଭରିଥିବା ଜଣାପଡ଼ିଛି। ସେହିପରି ବାୟୁସେନା ଦେଶର ଅନ୍ୟତମ ପଡ଼ୋଶୀ ଚୀନ୍ ସୀମାନ୍ତକୁ ଲାଗିଥିବା ଲଦାଖରୁ ନିଜ ସେନାଙ୍କୁ ପ୍ରତ୍ୟାହାର କରି ଆଣି ଅରୁଣାଚଳ ପ୍ରଦେଶରେ ମୁତୟନ କରିଛି।
ପୂର୍ବରୁ ସଂସଦ ଆକ୍ରମଣ ଘଟଣା ପରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହୋଇ ପଡ଼ିଥଲା ଓ ଉଭୟ ଦେଶ ମଧ୍ୟରେ ଯୁଦ୍ଧପରି ସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ୨୦୦୧- ୨୦୦୨ରେ ଭାରତୀୟ ବାୟୁସେନା ପକ୍ଷରୁ ଯେଉଁ ‘ଅପରେସନ୍ ପରାକ୍ରମ’ ଏବଂ ଏହାପୂର୍ବରୁ ୧୯୮୬- ୧୯୮୭ରେ ‘ଅପରେସନ୍ ବ୍ରାସଟାକସ୍’ ନାମରେ ଯେଉଁ ସାମରିକ ଅଭ୍ୟାସ ଆରମ୍ଭ ହୋଇଥିଲା ତା’ ତୁଳନାରେ ବର୍ତ୍ତମାନ ଚାଲିଥିବା ହାଇ ଭୋଲଟେଜ୍ ସାମରିକ ଅଭ୍ୟାସ ‘ଗଗନଶକ୍ତି’ ଉଭୟ ଶକ୍ତି ଓ ମାତ୍ରା ଦୃଷ୍ଟିରୁ ବହୁ ଗୁଣରେ ଅଧିକ ବୋଲି ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି । ଯଦି କେବେ ବି ଦେଶ ଉପରେ ପାକିସ୍ତାନ କିମ୍ବା ଚୀନ୍ ପଟୁ ଅଥବା ମିଳିତ ଭାବେ ଉଭୟ ପଟୁ ଏକକାଳୀନ ଆକ୍ରମଣ ଆରମ୍ଭ ହେଲା ତେବେ, ତାକୁ ପ୍ରତିହତ କରିବା ସହ ଶତ୍ରୁପକ୍ଷକୁ ଉଚିତ ଜବାବ ଦେବାପାଇଁ ଭାରତୀୟ ବାୟୁସେନାରେ ରହିଥିବା ୩୧ ଫାଇଟର ସ୍କାର୍ଡନ ଯେ ସଂପୂର୍ଣ୍ଣ ସମର୍ଥ ଓ ସଜାଗ ତାହାକୁ ଏହି ସାମରିକ ଅଭ୍ୟାସ ‘ଗଗନଶକ୍ତି’ ଦ୍ୱାରା ପରୀକ୍ଷା କରି ଦେଖା ଯାଉଥିଲା।
କୌଣସି ଦେଶ ବିରୋଧରେ ଯୁଦ୍ଧ ପାଇଁ ଏହା ଆମର ପ୍ରସ୍ତୁତି ନୁହେଁ। ତେବେ, ଯଦି କେବେ ଯୁଦ୍ଧଜନିତ ପରିସ୍ଥିତି ସୃଷ୍ଟି ହେଲା କିମ୍ବା ଭାରତ ଉପରେ ଆକ୍ରମଣ ହେଲା, ତେବେ ସେ କ୍ଷେତ୍ରରେ ଆମର ସାମର୍ଥ୍ୟକୁ ପରୀକ୍ଷା କରି ଦେଖିବା ପାଇଁ ଗଗନଶକ୍ତିର ଆୟୋଜନ କରାଯାଇଛି ବୋଲି କହିଛନ୍ତି ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶାଲ୍ ବୀରେନ୍ଦ୍ର ସିଂହ ଧନୁଆ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/mukesh.jpg)
/kanak/media/post_attachments/wp-content/uploads/2018/04/mukesh1-300x166.jpg)
/kanak/media/post_attachments/wp-content/uploads/2018/04/mukesh2-300x173.jpg)