କେଦାରନାଥରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ! ଅଳ୍ପକେ ବଞ୍ଚିଲେ ପାଇଲଟ

22

ପୁଣିଥରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡର କେଦାରନାଥରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରର କିଛି ଅଂଶ ନଷ୍ଟ ହୋଇଯାଇଛି । ତେବେ ସୋଭାଗ୍ୟବସତଃ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ । ହେଲିକପ୍ଟରରେ ପାଇଲଟଙ୍କ ସମେତ ଥିବା ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ହେଲିକପ୍ଟର ଗୁପ୍ତକାଶୀରୁ ଉଡାଣ କେଦାରନାଥ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏଥିରେ ମନ୍ଦିର କାମ ପାଇଁ ନିର୍ମାଣ ସାମଗ୍ରୀ ନିଆଯାଉଥିବା ବେଳେ ଏହା ଦୁର୍ଘଟଣାଗସ୍ତ ହୋଇଥିଲା ।

କେଦାରନାଥ ମନ୍ଦିରର ନିର୍ମାଣ କାଯ୍ୟ ଚାଲୁଥିବା ବେଳେ ମନ୍ଦିର ପାଖରେ ଝୁଲୁଥିବା ତାରରେ ଲାଗିଯାଇ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ବାୟୁସେନାର ହେଲିକପ୍ଟରକୁ କେଦାରନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଯାଇଥିଲା । ଏଠାରେ ସୂଚନାଯୋଗ୍ୟ, ୨୦୧୩ ମସିହାରେ ଭୟଙ୍କର ପ୍ରାକୃତିକ ଦୁର୍ବିପାକରେ କେଦାରନାଥ ମନ୍ଦିର କିଛି ଅଂଶ ଭାଙ୍ଗି ଯାଇଥିଲା ।ସେବେଠାରୁ ଏଠାରେ ନିର୍ମାଣ କାର୍ଯ୍ୟ ଲାଗି ରହିଛି ।