ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଗ୍ରାମ କରୁଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ

316

କନକ ବ୍ୟୁରୋ: ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତ୍, ତାଙ୍କ ପରିବାର ଲୋକ ଏବଂ ସେନା ଅଧିକାରୀ ଥିଲେ । ଏହି ଦୁର୍ଘଟଣାରେ ବିପିନ ରାୱତ୍ ଓ ତାଙ୍କ ପତ୍ନୀଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏକମାତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତାମିଲନାଡୁ କୁନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କୁହାଯାଉଛି କି କୁହୁଡି କାରଣରୁ ଚପରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଏନଆଇ ସୂଚନା ଦେଇଛି ।