ଚୀନ ସୀମାରେ ଦମ ଦେଖାଇଲା ଭାରତୀୟ ବାୟୁସେନା: ଲେହ ଏୟାର ବେସରେ ଚକ୍କର କାଟିଲା ଚିନୁକ, ସି -୧୭ ଗ୍ଲୋବାଲ ମାଷ୍ଟର; ବାୟୁସେନ କହିଲା ଶତ୍ରୁର ଚାଲକୁ ପରଖି ପ୍ରସ୍ତୁତ ଅଛି ଭାରତ

181

କନକ ବ୍ୟୁରୋ: ଆଜି ଆକାଶ ମାର୍ଗକୁ ଶତ୍ରୁକୁ ରଣହୁଙ୍କାର ଦେଇଛି ଭାରତୀୟ ବାୟୁସେନାର ଲଢୁଆ ବିମାନ । ଲଦାଖର ଲେହ ଏୟାରବେସରୁ ଗୋଟିଏ ପରେ ଗୋଟିଏ ଲଢୁଆ ବିମାନ ତାର ଉପଯୁକ୍ତ ସ୍ଥାନରେ ମୁତୟନ ହେବା ପାଇଁ ପ୍ରସ୍ଥାନ ହୋଇଛି । ଭାରତୀୟ ବାୟୁସେନା କହିଛି, ଶତ୍ରୁର ଚାଲକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ ହୋଇଛି ବିଶେଷ କରି ଶୀତଦିନିଆ ଚ୍ୟାଲେଂଜକୁ ନଜରରେ ରଖି ଯୋଜନା ତିଆରି ହୋଇଛି । ଏବେ ସମୟ ଆସିଛି ଶତ୍ରୁକୁ ସାବଧାନ ହେବାକୁ । କାରଣ ତୟାର ଅଛି ଭାରତୀୟ ବାୟୁସେନା ।

ଲଦାଖର ଲେହ ଏୟାରବେସରୁ ଶତ୍ରୁକୁ ସାବଧାନ କରାଇଦେଇଛନ୍ତି ଲଢୁଆ ବିମାନ । ଆକାଶରେ ଉଡୁଥିଲା ଏମଆଇଜି-୨୯, ସି-୧୭ ଏବଂ ଚିନୁକ ହେଲିକପ୍ଟର । ଗୋଟିଏ ପରେ ଗୋଟିଏ ଲଢୁଆ ବିମାନ ଶତ୍ରୁ ପକ୍ଷର କୌଣସି ରଣନୀତିକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିଥିଲା ।
ଆକାଶରେ ବାଟ କାଟୁଛି ଏମଆଇଜି-୨୯ । ଆକାଶ ଚିରି ଉଡୁଛି ସି-୧୭ । ଆକାଶରେ ଶକ୍ତି ଦେଖାଉଛି ଚିନୁକ । ଭାରତୀୟ ବାୟୁସେନାର କହିବା ହେଲା

-ଆମେ ପ୍ରସ୍ତୁତ ଅଛୁ, ଶତ୍ରୁମାନଙ୍କୁ ପ୍ରତିହତ କରିବା ପାଇଁ ଉଚିତ ଭାବରେ ପୋଜିସନ ନେଇଛୁ ବା ସ୍ଥାନ ଗ୍ରହଣ କରିଛୁ ।

-ଯେଉଁ ସ୍ଥାନରେ ଲଢୁଆ ବିମାନ ମୁତୟନ ହେବା କଥା ସେହି ସ୍ଥାନରେ ହୋଇସାରିଛି

-ଶୀତଦିନର ଚ୍ୟାଲେଂଜକୁ ନେଇ ପ୍ରସ୍ତୁତି ହୋଇଛି

-ଶତ୍ରୁର ଗତିବିଧିକୁ ନଜର ରଖି ଆବଶ୍ୟକ ଯୋଜନା କରାଯାଇଛି ।

ଆଜି ଲାଦାଖର ଲେହ ଏୟାରବେସରୁ ଏମଆଇଜି-୨୯ ଲଢୁଆ ବିମାନ ପ୍ରସ୍ଥାନ କରିଥିଲା । ସେହିପରି ସି-୧୭ ଗ୍ଲୋବାଲ ମାଷ୍ଟର ଟ୍ରାନସପୋର୍ଟ ବିମାନ ଲେହ ଏୟାରବେସରେ ଅବତରଣ କରିଥିଲା । ଫରୱାର୍ଡ ଅଂଚଳରେ ମୁତୟନ ହୋଇଥିବା ଟ୍ରୁପସ ପାଇଁ ସାମଗ୍ରୀ ଆଣିଥିଲା ସି-୧୭ ଏଥିସହ ଚିନୁକ ହେଲିକପ୍ଟର ଲେହ ଏୟାରବେସରୁ ପ୍ରସ୍ଥାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ବାୟୁସେନାର ଆକାଶରେ ଏହି ପ୍ରସ୍ତୁତି ଗୋଟିଏ ବାର୍ତା ଦେଉଥିଲା, ଶତ୍ରୁ ଯେତେ ହୁସିଆର ହେଲେ ବି ତାର ପ୍ରତିଟି ଚାଲକୁ ନଜରରେ ରଖି ରଣନୀତି ପ୍ରସ୍ତୁତି ଲାଗିପଡିଛି ଭାରତୀୟ ବାୟୁସେନା ।