କନକ ବ୍ୟୁରୋ: ରାଫେଲକୁ ନେଇ ବଡ ଖବର । ଆସନ୍ତା ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ଆସିଥିଲା ୫ଟି ରାଫେଲ୍ ଜେଟ୍ । ଏହାପରେ ନଭେମ୍ୱର ୫ ତାରିଖରେ ଆଉ ୩ଟି ରାଫେଲ୍ ଆସି ପହଁଚିବ ଅଂବାଲା ଏୟାର ବେସରେ । ସେହିପରି ଜାନୁଆରୀ ମାସରେ ଆଉ ୩ଟି ରାଫେଲ୍ ଜେଟ୍ ବିମାନ, ମାର୍ଚ୍ଚ ମାସରେ ୩ଟି ଏବଂ ଅପ୍ରେଲ ମାସରେ ଭାରତରେ ପହଁଚିବ ୭ଟି ରାଫେଲ୍ ଯୁଦ୍ଧ ବିମାନ । ଆସନ୍ତା ନଭେମ୍ୱରରୁ ୨୦୨୧ ମସିହା ଏପ୍ରିଲ ମାସ ମଧ୍ୟରେ ଭାରତକୁ ମିଳିବ ୧୬ଟି ରାଫେଲ୍ ଯୁଦ୍ଧ ବିମାନ ।

Advertisment

ଏହାକୁ ମିଶାଇଲେ ଆସନ୍ତା ଅପ୍ରେଲ ମାସ ବେଳକୁ ଭାରତ ନିକଟରେ ରାଫେଲ୍ ଯୁଦ୍ଧ ବିମାନର ସଂଖ୍ୟା ୨୧ରେ ପହଁଚି ଯାଇଥିବ । ଫ୍ରାନ୍ସର ବୋରଡେକ୍ସ ମେରିଗନକ୍ ଫାସିଲିଟିରୁ ସିଧାସଳଖ ଭାୟା ଆବୁଧାବି ହୋଇ ଭାରତ ପହଁଚିବ ରାଫେଲ୍ ବିମାନ । ରାଫେଲ୍ ର ଭାରତ ଆସିବା ସମୟରେ ଏହା ବାଟରେ କୌଣସି ସ୍ଥାନରେ ଅବତରଣ କିଂବା ରହଣି କରିବ ନାହିଁ । ମଝି ଆକାଶରେ ଏହାର ଇନ୍ଧନ ଭର୍ତି କରାଯିବାର ବ୍ୟବସ୍ଥା ଥିବାରୁ ଏହା ବିନା କୌଣସି ରହଣିରେ ଭାରତ ଆସିବ । ରାଫେଲକୁ ଭାରତକୁ ଆଣିବା ପାଇଁ ଫ୍ରସ୍ତୁତ ଅଛନ୍ତ ିଗୋଲଡେନ୍ ଆରୋ ସ୍କୁଆଡ୍ରେନ୍ ଟିମ୍ । ବର୍ତମାନ ଚୀନ ସହିତ ବଢୁଥିବା ସୀମା ବିବାଦ ଭିତରେ ଭାରତକୁ ଆଉ ୧୬ଟି ରାଫେଲ୍ ଆସିବ ଖବର ସେନାର ମନୋବଳକୁ ବଢାଇବ ନିଶ୍ଚୟ ।