ଭାରତୀୟ ବାୟୁସେନା ମଙ୍ଗଳବାର ସକାଳ ଏଲଓସି ପାର୍ କରି ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣାକୁ ଧ୍ୱସଂ କରି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି । ଭାରତୀୟ ବାୟୁସେନା ସକାଳ ୩.୩୦ ସମୟରେ ଏଲଓସି ପାର୍ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣାକୁ ଧ୍ୱସଂ କରିଥିଲେ । ଭାରତର ୧୨ ମିରାଜ୍ -୨୦୦୦ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ସଂଗଠନ ଜୈସର ଠିକଣାରେ ଏୟାର ଷ୍ଟ୍ରାଇକ୍ କରିଥିଲେ ।
ରିପୋର୍ଟ ମୁତାବକ, ଏହି ଅପରେସନରେ ପାକର ବାଲାକୋଟ,ଚକୋତୀ ଏବଂ ମୁଜଫରାବାଦ୍ ରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍ କୁ ଧ୍ୱସଂ କରିଥିଲେ । ଏହି ତିନୋଟି ସ୍ଥାନ ଜୈସ୍-ଏ-ମହମ୍ମଦର ଅଲ୍ଫା – ୩ ଠିକଣା ଯାହାକୁ ବାୟୁସେନା ତରଫରୁ ଧ୍ୱସଂ କରାଯାଇଛି । ତେବେ ଏହି ଖବର ଯେତେବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଲୋକମାନେ #Surgicalstrike2, #howsjaish #josh, #JAISH, #IndiaStrikesBack, #Balakot ପୋଷ୍ଟ କରି ଟ୍ୟାଗ୍ ଦେବା ଆରମ୍ଭ କରିଦେଲେ । ସକାଳୁ ସକାଳୁ ଏଭଳି ଖବର ପାଇ ଦେଶବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ରୁ ଅଧିକ ଯବାନଙ୍କୁ ସହିଦ ହେବା ପରେ ସମ୍ପୁର୍ଣ୍ଣ ଦେଶରେ ଶୋକ ଛାଇ ହୋଇଥିଲା ଏବଂ ଦେଶ ଉଚିତ୍ ଯବାବ୍ ପାଇଁ ଚାତକ ପରି ଚାହିଁ ରହିଥିଲା । ଜଣେ ୟୁଜର ଲେଖିଥିଲେ ଯେ ଭାରତୀୟ ସେନା ବାହାଦୁରୀ ସହିତ ଲଢେଇ କରିଛନ୍ତି । ନା ପାକିସ୍ତାନ ଭଳି ପଛପଟୁ ଆସି ଆତ୍ମଘାତୀ ଆକ୍ରମଣ କରିଛନ୍ତି ।
ଜଣେ ୟୁଜର ଲେଖିଥିଲେ ଯେ #surgicalstrike2... how's the Khauff Pakistan? ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତୀୟଙ୍କ ଜୋସ୍ ଏବେ ବହୁତ ହାଇ ରହିଛି । ଆଉ କିଛି ୟୁଜର ଲେଖୁଛନ୍ତି ଏ ତ ଆରମ୍ଭ ମାତ୍ର ଆଗକୁ ଦେଖ କ’ଣ କ’ଣ ହେଉଛି । କିଛି ୟୁଜର ପାକିସ୍ତାନ ଉପରେ କିଛି ମଜାଳିଆ ମେମ୍ସ ବି ପ୍ରସ୍ତୁତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/forcer_1551158985_618x347.jpeg)
/kanak/media/post_attachments/wp-content/uploads/2019/02/xx-300x219.png)
/kanak/media/post_attachments/wp-content/uploads/2019/02/x-277x300.png)