ଭାରତୀୟ ବାୟୁସେନା ଇମ୍ଫାଲ ବିମାନବନ୍ଦରରେ ଦେଖାଯାଇଥିବା UFO(Unidentified flying object) ଅର୍ଥାତ୍ ଅଜଣା ଉଡନ୍ତା ବସ୍ତୁକୁ ଖୋଜିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିଏହାକୁ ଖୋଜିବା ପାଇଁ ଦୁଇଟି ରାଫେଲ ଯୁଦ୍ଧବିମାନ ପଠାଇଛି ଭାରତୀୟ ବାୟୁସେନା । ଏହି ଯୁଦ୍ଧ ବିମାନଗୁଡ଼ିକ ଇମ୍ଫାଲର ଆକାଶରେ ଏବଂ ଏହାର ଆଖପାଖରେ ଏହି UFO କୁ କ୍ରମାଗତ ଭାବରେ ଖୋଜି ଚାଲିଛନ୍ତି ।

Advertisment

୧୯ ନଭେମ୍ବର ୨୦୨୩ ଅର୍ଥାତ୍ ରବିବାର ଦିନ ଏକ UFO(ଅଜଣା ଉଡନ୍ତା ବସ୍ତୁ) ଇମ୍ଫାଲ୍ ବିମାନବନ୍ଦରରେ ଦେଖାଗଲା |CISF ସୈନିକମାନେ ଏହା ଦେଖିଥିଲେ। ଏହା ପରେ ସେଠାରେ ନାଗରିକ ବିମାନ ଉଡ଼ାଣ ବନ୍ଦ କରାଯାଇଥିଲା । ଏହି ରିପୋର୍ଟ ପରେ ଭାରତୀୟ ବାୟୁସେନା ତୁରନ୍ତ ଏହାର ଦୁଇଟି ରାଫେଲ ଯୁଦ୍ଧ ବିମାନକୁ ସେହି UFO ସନ୍ଧାନରେ ପଠାଇଥିଲା ।

publive-image ଅଜଣା ଉଡନ୍ତା ବସ୍ତୁ ସନ୍ଧାନରେ ରାଫେଲ ଯୁଦ୍ଧବିମାନ

ଭାରତୀୟ ବାୟୁସେନାର ଉଚ୍ଚ ପଦାଧିକାରୀମାନେ କହିଛନ୍ତି ଯେ ଇମ୍ଫାଲ ବିମାନବନ୍ଦରରୁ ଜଣେ ସାଧାରଣ ନାଗରିକଙ୍କଠାରୁ UFO ଦେଖିବା ବିଷୟରେ ଏକ ବାର୍ତ୍ତା ମିଳିଥିଲା । ଏହା ପରେ ତୁରନ୍ତ ଏକ ରାଫେଲ୍ ଯୁଦ୍ଧ ବିମାନ ହାସିମାରା ବାୟୁସେନା ବେସରୁ UFO ଦେଖାଯାଇଥିବା ସ୍ଥାନକୁ ଯାଇଥିଲା ।  କିନ୍ତୁ ରାଫେଲେ ରାଡାରରେ କୌଣସି ଅଜଣା ବସ୍ତୁ କିମ୍ବା ଯାନ ଦେଖାଗଲା ନାହିଁ । କିମ୍ବା ପାଇଲଟ ଆକାଶରେ ଏପରି କିଛି ଜିନିଷ ଦେଖିବାକୁ ପାଇଲେନାହିଁ । ପ୍ରଥମ ଯୁଦ୍ଧ ବିମାନ ଫେରିବା ମାତ୍ରେ ଅନ୍ୟ ଏକ ରାଫେଲକୁ ଡବଲ୍ ଚେକ୍ କରିବାପାଇଁ ପଠାଗଲା । କିନ୍ତୁ ସେହି ଅଞ୍ଚଳରେ ଏବଂ ଏହାର ଆଖପାଖରେ କୌଣସି ଅଜଣା ଉଡନ୍ତା ବସ୍ତୁ କ ଦେଖାଯାଇନଥିଲା । କିନ୍ତୁ ଭାରତୀୟ ବାୟୁସେନାର ଇଷ୍ଟର୍ନ କମାଣ୍ଡ ତୁରନ୍ତ ଏହାର ବାୟୁ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରଣାଳୀ ଆରମ୍ଭ କେଇଦେଇଥିଲା ।

ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ ସକ୍ରିୟ ହେଲା

ଇଷ୍ଟର୍ନ କମାଣ୍ଡ X’ ରେ ଲେଖିଛନ୍ତି ଯେ ଭାରତୀୟ ବାୟୁସେନା ତାର ବାୟୁ ପ୍ରତିରକ୍ଷା ରେସପନ୍ସ ମେକାନିଜିମକୁ ସକ୍ରିୟ କରିଛି । କାରଣ ଭିଜୁଆଲ୍ ଇନପୁଟ୍ ଇମ୍ଫାଲ୍ ବିମାନବନ୍ଦରରୁ ଆସିଥିଲା ​​। କୁହାଯାଉଥିଲା ଯେ ପ୍ରାୟ ୪ଟା ସମୟରେ UFO(ଅଜଣା ଉଡନ୍ତା ବସ୍ତୁ) ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରୁଥିବାର ଦେଖାଯାଇଥିଲା । ଯେତେବେଳେ ବାୟୁସେନା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କଲା, ସେଠାରେ କିଛି ପାଇଲା ନାହିଁ । ଅବଶ୍ୟ, ସେହି ଛୋଟ ଉଡ଼ନ୍ତା ବସ୍ତୁ ସେହି ଅଞ୍ଚଳରେ ପରେ ଆଉ ଦେଖାଯାଇ ନଥିଲା ।