ଭାରତୀୟ ବାୟୁସେନାରେ ଚାକିରୀ କରିବା ପାଇଁ ଇଚ୍ଛୁକ ଅଛନ୍ତି କି? ଯଦି ହଁ ତେବେ ଗ୍ରୁପ୍ ଏକ୍ସ ଏବଂ ୱାଇ (ଏୟାରମ୍ୟାନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁ ପ୍ରାର୍ଥୀ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ତେବେ ଆସନ୍ତୁ ଜାଣିବା କିଭଳି କରିବେ ଆବେଦନ । ଚାକିରୀ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଆପଣ careerindianairforce.cdac.in ୱେବସାଇଟ୍ ରେ ସର୍ଚ୍ଚ କରିପାରିବେ ।
ଯୋଗ୍ୟତା :
ଯେଉଁ ପ୍ରାର୍ଥୀ ଏହି ଚାକିରୀରେ ଆବେଦନ କରିବାକୁ ଚାହୁଁଛନ୍ତି ସେ କୌଣସି ସମ୍ମାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିବା ଆବଶ୍ୟକ । ଏହାସହ ଦ୍ୱାଦଶରେ ୫୦ ପ୍ରତିଶତ ମାର୍କ ଇଂରାଜୀରେ ଆଣିବା ଆବଶ୍ୟକ । ଏହି ପଦରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡିବ । କ୍ରେଡିଟ୍ , ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଟଙ୍କା ପଠାଇପାରିବେ ।
କିଭଳି ହେବ ଚୟନ ?
ଭାରତୀୟ ବାୟୁସେନାରେ ଏକ୍ସ ଏବଂ ୱାଇ ଗ୍ରୁପ୍ ର ପଦରେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଫେଜ୍ - ୧ ଏବଂ ଫେଜ୍ - ୨ ଏବଂ ଫେଜ୍ – ୩ ମାଧ୍ୟମରେ ହେବ । ଆପଣଙ୍କୁ କହିରଖୁଛୁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ୍ ପିରିୟଡ୍ ସମୟରେ ୧୪,୬୦୦ ଟଙ୍କା ପ୍ରତିମାସରେ ଦରମା ଦିଆଯିବ । ଟ୍ରେନିଙ୍ଗ୍ ଶେଷ ହେବା ପରେ ଦରମା ବୃଦ୍ଧି ହୋଇ ୩୩,୧୦୦ ଟଙ୍କା ଦିଆଯିବ । ର୍
ଆବେଦନ ଶେଷ ତାରିଖ – ୧୫ ଜୁଲାଇ ୨୦୧୯
ସମ୍ବାବିତ ପରୀକ୍ଷା – ୨୧ ସେପ୍ଟେମ୍ବରରୁ ୨୪ ସେପ୍ଟେମ୍ବର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/Indian-Air-Force.jpg)
/kanak/media/post_attachments/wp-content/uploads/2019/07/17-300x200.jpg)
/kanak/media/post_attachments/wp-content/uploads/2019/07/newpnp060117-air-force-day-rehearsal-1_ie-archive-300x167.jpg)