କନକ ବ୍ୟୁରୋ: ଭାରତୀୟ ବାୟୁସେନାର ବୀର ତଥା ବାଲାକୋଟ୍ ଏୟାରଷ୍ଟ୍ରାଇକର ହିରୋ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିଛି ପ୍ରମୋସନ୍ । ଏବେ ତାଙ୍କୁ ଗ୍ରୁପ୍ କ୍ୟାପଟେନ୍ ରାଙ୍କକୁ ପଦୋନ୍ନତି ମିଳିଛି । ଭାରତୀୟ ବାୟୁସେନା ତାଙ୍କ ସାହାସ ଓ ବୀରତ୍ୱକୁ ଦେଖି ତାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛି ।
୨୦୧୯ ମସିହା ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କୀ କ୍ୟାମ୍ପକୁ ଉଡାଇବାରେ ସକ୍ଷମ ହୋଇଥିଲା । ତେବେ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଭରପୂର ଉଦ୍ୟମ କରିଥିଲା ପାକିସ୍ତାନ । ହେଲେ ପାକିସ୍ତାନର ସବୁ ଚକ୍ରାନ୍ତଙ୍କୁ ଶେଷ କରିଦେଇଥିଲେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ।
ପାକିସ୍ତାନର ଲଢାକୁ ବିମାନ ଏଫ-୧୬ କଡା ଜବାବ ଦେଇଥିଲେ ଅଭିନନ୍ଦନ ବର୍ତ୍ତମାନ । ଆଉ ଏହି ଲଢେଇ ସମୟରେ ସେ ପାକିସ୍ତାନରେ ଯାଇ ପହଞ୍ଚି ଯାଇଥିଲେ । ପାକିସ୍ତାନୀ ସେନା ଅଭିନନ୍ଦନକୁ ନିଜ କବଜାକୁ ନେବା ସହିତ ଏହି ଖବର ବିଜୁଳି ବେଗରେ ଚାରିଆଡେ ଖେଳି ଯାଇଥିଲା । ତେବେ ଭାରତୀୟ ବାୟୁସେନାର ଏହି ବୀରକୁ ପାକିସ୍ତାନରୁ ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲା ଭାରତ । ଆଉ ଶେଷରେ ଅଭିନନ୍ଦନକୁ ସମ୍ମାନର ସହ ଭାରତକୁ ହସ୍ତାନ୍ତର କରିଥିଲା ପାକିସ୍ତାନ । ପାକିସ୍ତାନ ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଅଭିନନ୍ଦନକୁ ନେଇ ସେ ସମୟରେ ଏକ ବଡ ବୟାନ ଦେଇଥିଲେ । ସେ କହିଥିଲେ ଭାରତକୁ ଡରି ପାକିସ୍ତାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନକୁ ଛାଡିଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/Indian-Air-Force-Wing-Commander-Abhinandan-Varthaman-To-Be-Awarded-Vir-Chakra-On-Independence-Day-2019.jpg)