ଆଫଗାନ ସଂକଟ ଭିତର ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ପ୍ରୟାସ ଜାରି, ୮୫ ଭାରତୀୟଙ୍କୁ ଧରି କାବୁଲରୁ ବାହାରିଲା ବାୟୁସେନା ବିମାନ

Advertisment
ଆଫଗାନ ସଂକଟ ଭିତର ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ପ୍ରୟାସ ଜାରି, ୮୫ ଭାରତୀୟଙ୍କୁ ଧରି କାବୁଲରୁ ବାହାରିଲା ବାୟୁସେନା ବିମାନ

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଯେଭଳି ସ୍ଥିତି ଦେଖା ଦେଇଛି ତାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଆଫଗାନରେ ରହୁଥିବା ଅନ୍ୟ ଦେଶର ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ବାୟୁସେନାର ଏକ ବିମାନ କାବୁଲ ଏୟାରପୋର୍ଟରୁ ୮୫ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରୁଛି । ଜାତୀୟ ଗଣମାଧ୍ୟମ ଏଏନଆଇର ସୂତ୍ର ମୁତାବକ ଭାରତୀୟ ବାୟୁସେନାର ସି-୧୩୦ ବିମାନ ଏବେ ଇନ୍ଧନ ଭରିବାକୁ ତାକିକିସ୍ତାନରେ ଉହ୍ଲାଇଛି    ।

ଗଣମାଧ୍ୟମ ସୂଚନା ମୁତାବକ ଆଫଗାନିସ୍ତାନରେ ପାଖା ପାଖି ୪୫୦ ଜଣ ଭାରତୀୟ ଏବେ ବି ଫଶି ରହିଛନ୍ତି । ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ଆମେରିକୀୟ ଦୂତାବାସ ସହିତ ମିଶି କାମ କରୁଛି ।

କହିରଖୁ କି ତାଲିବାନ ଏବେ ଆଫଗାନିସ୍ତାନରେ ଦମନ ଲୀଳା ଚଳାଇଛି । ଦଖଲ ପରେ ସେଠାରେ ହିଂସା ଭିଆଇବ ନାହିଁ ବୋଲି ବିଶ୍ୱ ସମୁଦାୟକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ କିନ୍ତୁ ସେଠି ରହୁଥିବା ଲୋକଙ୍କୁ ଗୁଳି ମାରି ହତ୍ୟା କରୁଛି । ଆଫଗାନବାସୀଙ୍କୁ ବାହାର ଦେଶକୁ ଯିବାର ସୁଯୋଗ ଦେଉ ନାହିଁ । ସବୁଠାରୁ ବିକଳ ଚିତ୍ର କାବୁଲ ବିମାନବନ୍ଦରରେ ଦେଖିବାକୁ ମିଳୁଛି । ଆଫଗାନବାସୀ ସେମାନଙ୍କ ଛୋଟ ଛୋଟ ପିଲାମାନଙ୍କୁ ଆମେରିକା ସେନା ହାତରେ ଟେକି ଦେଉଛନ୍ତି ।

ଏଭଳି ପରିସ୍ଥିତିରେ ମଉନ ବ୍ରତ କରିଛି ଜାତିସଂଘ । ମାତ୍ର କେତେଜଣ ମୁଷ୍ଟିମେୟ ଲୋକ ଏଭଳି ଅମାନବିକ କାର୍ଯ୍ୟ କରି ଚାଲିଥିବା ବେଳେ ନା ଜାତିସଂଘ, ନା ବିଶ୍ୱରେ ନିଜକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଡେଙ୍ଗୁରା ପିଟୁଥିବା କିଛି ତଥା କଥିତ ଦେଶ, କେହି ବି ମାନବିକ ଅଧିକାର ଆଧାରରେ ତାଲିବାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପଦକ୍ଷେପ ନେଉ ନାହାନ୍ତି । ଅନ୍ୟପଟେ ନିଜେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ଆଫଗାନରେ ରହୁଥିବା ନିଜ ଦେଶର ନାଗରିକ ମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe