କନକ ବ୍ୟୁରୋ: ରାଜସ୍ଥାନର ବିକାନେରଠାରେ ଏକ ମିଗ୍-୨୧ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ବେଳେ ବିମାନ ଚଳାଉ ଥିବା ଜଣେ ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ବିମାନଟି ନିୟମିତ ଅଭ୍ୟାସ ପାଇଁ ନ୍ୟାସ୍ନାଲ ଏରୋସ୍ପେସ୍ ଲାବୋରେଟୋରିରୁ ଉଡ଼ାଣ ଭରିଥିଲା । କିନ୍ତୁ ୧୪ କିଲୋମିଟର ଯିବା ପରେ ବିକାନେର୍ରେ ଥିବା ଶୋଭାସର ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଥିବା ଜାଣି ପାଇଲଟ୍ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବିମାନରୁ ସୁରକ୍ଷିତ ବାହାରି ଆସିଥିଲେ ।
Follow Us
/kanak/media/post_attachments/wp-content/uploads/2019/03/768138-crash-750x430-300x172.jpg)