ପାକିସ୍ତାନର ସଂକଟ ବଢାଇବ ଭାରତୀୟ ବାୟୁସେନା ! ଖୁବଶୀଘ୍ର ବାୟୁସେନାକୁ ମିଳିବାକୁ ଯାଉଛି ଶକ୍ତିଶାଳୀ ବୋମା । 

ପାକିସ୍ତାନର ସଂକଟ ବଢାଇବ ଭାରତୀୟ ବାୟୁସେନା ! ଖୁବଶୀଘ୍ର ବାୟୁସେନାକୁ ମିଳିବାକୁ ଯାଉଛି ଶକ୍ତିଶାଳୀ ବୋମା । 

ଭାରତୀୟ ବାୟୁସେନାର ଶକ୍ତି ଏବେ ଦ୍ୱିଗୁଣିତ ହେବାକୁ ଯାଉଛି । ଖୁବଶୀଘ୍ର ବାୟୁସେନାକୁ ସ୍ପାଇସ୍  ୨୦୦୦ ବୋମାର ବଙ୍କର ବଷ୍ଟର୍ ଭର୍ସନ୍ ମିଳିଯିବ । ଏହାପରେ ପାକ୍ କୁ ମୁହଁଭଙ୍ଗା ଜବାବ୍ ଦେବା ପାଇଁ ଭାରତ ଆଉ ପଛଘୁଞ୍ଚା ଦେବନାହିଁ । ସେପ୍ଟେମ୍ବର ମାସରେ ହିଁ ଏହି ବୋମା ଭାରତୀୟ ବାୟୁସେନାକୁ ମିଳିବା କଥା ଶୁଣିବାକୁ ମିଳୁଛି । ୩୦୦ କୋଟି ଟଙ୍କା ଡିଲରେ  ଫ୍ରାନ୍ସ ପକ୍ଷରୁ ଭାରତକୁ ଏହି ଶକ୍ତିଶାଳୀ ବୋମା ମିଳିବାକୁ ଯାଉଛି । ସୂଚନା ମୁତାବକ , ଏହା ଖୁବ୍ ଆଧୁନିକ ଏବଂ ବିଧ୍ୱସଂକ ବୋମା ଯାହା ସେନାର ଶକ୍ତିକୁ ଅଧିକ ବଢାଇବ ।

publive-image

ବଂଚିପାରିବେ ନାହିଁ ଶତ୍ରୁ : 

ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଯେଉଁ ବୋମା ଫ୍ରାନ୍ସରୁ ନିଆଯାଉଛି ତାହା ବଙ୍କର ବଷ୍ଟର୍ ଭର୍ସନ୍ ର ଯାହାର ଷ୍ଟାଣ୍ଡ ଅଫ୍ ରେଞ୍ଜ୍ ପାଖାପାଖି ୬୦ କି.ମି. ପର୍ଯ୍ୟନ୍ତ ରହିଛି । ଏହି ବୋମାର ଖାସ୍ କଥା ହେଉଛି ଏଥିରେ ଏଡଅନ୍ କିଟ୍ ଲାଗିଛି ଏହାସହ ବିସ୍ଫୋରଣ ହେବା ପରେ ମଧ୍ୟ ନିଜ ଲକ୍ଷକୁ ଖୋଜି ଧ୍ୱସଂ କରିବାରେ ଏହା ମାହିର୍ । ଏହି ବୋମାର ବିସ୍ଫୋରଣରେ ଶତ୍ରୁର ବଂଚିବା କଷ୍ଟ ହିଁ ନୁହଁ ଅସମ୍ଭବ ହୋଇପଡିବ । ପୂର୍ବରୁ ବାଲାକୋଟରେ ଏହାର ଦ୍ୱିତୀୟ ଭର୍ସନ୍ କୁ ବ୍ୟବହାର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe