ଭାରତୀୟ ବାୟୁସେନାର ଶକ୍ତି ଏବେ ଦ୍ୱିଗୁଣିତ ହେବାକୁ ଯାଉଛି । ଖୁବଶୀଘ୍ର ବାୟୁସେନାକୁ ସ୍ପାଇସ୍ ୨୦୦୦ ବୋମାର ବଙ୍କର ବଷ୍ଟର୍ ଭର୍ସନ୍ ମିଳିଯିବ । ଏହାପରେ ପାକ୍ କୁ ମୁହଁଭଙ୍ଗା ଜବାବ୍ ଦେବା ପାଇଁ ଭାରତ ଆଉ ପଛଘୁଞ୍ଚା ଦେବନାହିଁ । ସେପ୍ଟେମ୍ବର ମାସରେ ହିଁ ଏହି ବୋମା ଭାରତୀୟ ବାୟୁସେନାକୁ ମିଳିବା କଥା ଶୁଣିବାକୁ ମିଳୁଛି । ୩୦୦ କୋଟି ଟଙ୍କା ଡିଲରେ ଫ୍ରାନ୍ସ ପକ୍ଷରୁ ଭାରତକୁ ଏହି ଶକ୍ତିଶାଳୀ ବୋମା ମିଳିବାକୁ ଯାଉଛି । ସୂଚନା ମୁତାବକ , ଏହା ଖୁବ୍ ଆଧୁନିକ ଏବଂ ବିଧ୍ୱସଂକ ବୋମା ଯାହା ସେନାର ଶକ୍ତିକୁ ଅଧିକ ବଢାଇବ ।
ବଂଚିପାରିବେ ନାହିଁ ଶତ୍ରୁ :
ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଯେଉଁ ବୋମା ଫ୍ରାନ୍ସରୁ ନିଆଯାଉଛି ତାହା ବଙ୍କର ବଷ୍ଟର୍ ଭର୍ସନ୍ ର ଯାହାର ଷ୍ଟାଣ୍ଡ ଅଫ୍ ରେଞ୍ଜ୍ ପାଖାପାଖି ୬୦ କି.ମି. ପର୍ଯ୍ୟନ୍ତ ରହିଛି । ଏହି ବୋମାର ଖାସ୍ କଥା ହେଉଛି ଏଥିରେ ଏଡଅନ୍ କିଟ୍ ଲାଗିଛି ଏହାସହ ବିସ୍ଫୋରଣ ହେବା ପରେ ମଧ୍ୟ ନିଜ ଲକ୍ଷକୁ ଖୋଜି ଧ୍ୱସଂ କରିବାରେ ଏହା ମାହିର୍ । ଏହି ବୋମାର ବିସ୍ଫୋରଣରେ ଶତ୍ରୁର ବଂଚିବା କଷ୍ଟ ହିଁ ନୁହଁ ଅସମ୍ଭବ ହୋଇପଡିବ । ପୂର୍ବରୁ ବାଲାକୋଟରେ ଏହାର ଦ୍ୱିତୀୟ ଭର୍ସନ୍ କୁ ବ୍ୟବହାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/indian-air-force.png)
/kanak/media/post_attachments/wp-content/uploads/2019/08/surgical-strike-2_660_022619103413-300x205.jpg)