ଭାରତକୁ ମିଳିଲା ଅପାଚେ ଆଟାକ୍ ହେଲିକ୍ୟାପ୍ଟର ! ଖତରନାକ୍ ଆତଙ୍କବାଦୀ ଓସାମା ବିନ୍ ଲାଦେନ୍ କୁ ମାରିବା ପାଇଁ ଅପାଚେ ହେଲିକ୍ୟାପ୍ଟରକୁ ବ୍ୟବହାର କରିଥିଲା ଆମେରିକା

779

ଭାରତୀୟ ବାୟୁସେନାକୁ ପ୍ରଥମ ଅପାଚେ ହେଲିକ୍ୟାପ୍ଟର ମିଳିଯାଇଛି । ଆମେରିକାର ଏରିଜୋନାରେ ବାୟୁସେନାର ଏକ ଏୟାର୍ ମାର୍ସଲ୍ ଏଏସ୍ ବୁଟୋଲାକୁ ଆଜି ଏହି ହେଲିକ୍ୟାପ୍ଟର ହସ୍ତାନ୍ତର କରାଯାଇଛି । ସାଢେ ତିନି ବର୍ଷ ପୂର୍ବେ ଭାରତ ଆମେରିକା ସହ ଏହି ହେଲିକ୍ୟାପ୍ଟର ଆଣିବା ପାଇଁ କଥାବାର୍ତ୍ତା ହୋଇଥିଲେ । ୨୦୧୫ ମସିହାରେ ହୋଇଥିବା ଏହି ବଚସା ଅନୁସାରେ ଭାରତକୁ ୨୨ ଟି ହେଲିକ୍ୟାପ୍ଟର ମିଳିବ । ହେଲିକ୍ୟାପ୍ଟରର ପ୍ରଥମ ବ୍ୟାଚ୍ ଚଳିତ ବର୍ଷ ଜୁଲାଇରେ ଆସିବ । ହେଲିକ୍ୟାପ୍ଟର ପାଇଁ ଚୟନ କରାଯାଇଥିବା ଏୟାର୍ ଏବଂ ଗ୍ରାଉଣ୍ଡ କ୍ରୁ ର ଟ୍ରେନିଙ୍ଗ୍ କ୍ୟାମ୍ପ ଆମେରିକା ସେନାର ଅଲାବାମା ଏୟାର୍ ବେସରେ କରାଯାଉଛି ।

ଅପାଚେ ଆଟାକ୍ ହେଲିକ୍ୟାପ୍ଟରକୁ ଦୁନିଆର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକ୍ୟାପ୍ଟର ବୋଲି କୁହାଯାଏ । କୁହାଯାଉଛି ଏହି ହେଲିକ୍ୟାପ୍ଟର ଭାରତରେ ସାମିଲ୍ ହେବା ପରେ ଆମେରିକା ଭଳି ଭାରତ ମଧ୍ୟ ଆତଙ୍କୀ ଠିକଣାରେ ସହଜରେ ଏୟାର୍ ଷ୍ଟ୍ରାଇକ୍ କରିପାରିବ । ଆମେରିକା ପାକିସ୍ତାନରେ ଲୁଚିଥିବା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଆତଙ୍କବାଦୀ ଓସାମା ବିନ୍ ଲାଦେନ୍ ଉପରେ ଏହି ହେଲିକ୍ୟାପ୍ଟରର ସହାୟତାରେ ହିଁ ଆକ୍ରମଣ କରିଥିଲା ।

ଅପାଚେ ହେଲିକ୍ୟାପ୍ଟରରେ ଆଗରେ ଏକ ସେନ୍ସର ଲାଗିଛି ଯାହାଦ୍ୱାରା ରାତିର ଅନ୍ଧକାରରେ ମଧ୍ୟ ଏହି ହେଲିକ୍ୟାପ୍ଟର ଉଡାଣ ଭରିବାରେ ସକ୍ଷମ ହୋଇପାରିବ । ୩୬୫ କିଲୋମିଟର ପ୍ରତିି ଘଣ୍ଟାର ବେଗରେ ଏହି ହେଲିକ୍ୟାପ୍ଟର ଉଡିଥାଏ ।