ଭାରତକୁ ମିଳିଛି ଏମିତି ଅସ୍ତ୍ର । ପାକିସ୍ତାନ ଥରିଉଠିବ , ଡରାଉଥିବା ଚୀନ୍ ବି ଡରିବ

568

କନକ ବ୍ୟୁରୋ:  ଦିନକୁ ଦିନ ସଶକ୍ତ ହେଉଛି ଭାରତର ପ୍ରତିରକ୍ଷା ଶକ୍ତି । ଏବେ ଭାରତ ଏପରି ଏକ ଅସ୍ତ୍ର ପାଇଛି ଯାହା ନାଁ ଶୁଣିଲେ ଶତ୍ରୁପକ୍ଷ ଥରିଉଠିବେ । ଭାରତୀୟ ବାୟୁ ସେନା ହାତେଇଛି ଏପରି ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିଶାଇଲ୍ ଯାହା ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି ।

ଏହା ହେଉଛି ଭୂପୃଷ୍ଠରୁ ଆକାଶ ମାର୍ଗକୁୁ ଟାର୍ଗେଟ କରୁଥିବା ମିଶାଇଲ ‘ପେଚୋରା’ । ଏହାକୁ ଦେଖୁଦେଖୁ ଥରିଉଠିବେ ପାକିସ୍ତାନ , ଚୀନ ଭଳି ଶତ୍ରୁଦେଶ । ଏହାକୁ ଋଷ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏବେ ଭାରତ ପାଖରେ ରହିଛି ପୋଚେରା ମିଶାଇଲର ୩୦ ସ୍କ୍ୱାଡ୍ରନ୍ସ । ଏହାକୁ ଦେଶର ଚାରିପଟ ସୀମାରେ ମୁତୟନ କରାଯାଇଛି । ସାରା ବିଶ୍ୱରେ ହୋଇଥିବା ୯ଟି ଯୁଦ୍ଧରେ ଏହାର ବ୍ୟବହାର ହୋଇସାରିଛି ।

ମିଶାଇଲ ପେଚୋରାର ୧୨ଟି ପ୍ରକାର ଭେଦ ରହିଛି । ଏହାକୁ ଏବେ ଦୁନିଆଁର ୩୧ଟି ଦେଶ ଉପଯୋଗ କରୁଥିବା ଜଣାପଡିଛି । ଏହାର ଓଜନ ୯୫୩ କେଜି । ଲମ୍ବ୬.୦ ମିଟର, ଗୋଲେଇ ୩୭୫ ମିଲିମିଟର । ଏହାର ଅଗ୍ରଭାଗରେ ଘାତକ ଫ୍ରେଗମେଣ୍ଟେଡ୍ ହାଇ ଏକ୍ସପ୍ଲୋସିଭ୍ ହତିଆର ଲଗାଯାଇଛି, ଯାହା ଟାର୍ଗେଟ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାର କ୍ଷମତା ରହିଛି । ଏହି ମିଶାଇଲରେ ୬୦ କେଜିର ହତିଆର ମଧ୍ୟ ଲଗାଯାଇପାରିବ । ଏଥିରେ ସଲିଡ୍ ପ୍ରୋପେଲେଣ୍ଟ ରକେଟ୍ ମୋଟର ମଧ୍ୟ ଲଗାଯାଇଛି, ଯାହା ମିଶାଇଲକୁ ଦ୍ରୁତ ଗତିକୁ ତ୍ୱରାନ୍ୱିତ କରି ଟାର୍ଗେଟ ଆଡକୁ ନେଇଯାଏ । ଏହାର ଅପରେସନାଲ ରେଞ୍ଜ ସାଢେ ୩ କିଲୋମିଟରରୁ ୩୫ କିଲୋମିଟର ପର୍ଯ୍ୟନ୍ତ ରହିଛି ।

‘ପେଚୋରା’ମିଶାଇଲ ୫୯ ହଜାର ଉଚ୍ଚତାରେ ଗତି କରିପାରିବ । ହେଲେ ଏହାର ଗତି କିନ୍ତୁ ସବୁଠୁ ଅଧିକ । ଏହା ଏତେ ଦ୍ରୁତ ଗତିରେ ଯାଇ ଆକ୍ରମଣ କରିବ ଯେ, ଏହା କବଳରୁ ଶତ୍ରୁ ବଞ୍ଚିବା ମୁସ୍କିଲ । ଗଣ୍ଟାକୁ ଏହାକୁ ବେଗ ୪୩୨ କିଲୋମିଟର । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହା ଦୌଡୁଥିବା ଟାର୍ଗେଟକୁ ବି ଅତି ସହଜରେ ଆକ୍ରମଣ କରି ଧ୍ୱଂସ କରିଦେଇପାରିବ ।
ପେଚୋରା ମିଶାଇଲ ରୋଡିଓ କମାଣ୍ଡ ସିଷ୍ଟମ୍ ଗାଇଡେନ୍ସ ସିଷ୍ଟମରେ କାର୍ଯ୍ୟ କରୁଛି । ତେଣୁ ଆକାଶ ମାର୍ଗରେ ଉଡୁଥିବା ହେଲିକପ୍ଟର, ଯୁଦ୍ଧ ବିମାନ ହେଉ କିମ୍ବା ଡ୍ରୋନ୍ ହେଉ ଏହାକୁ ଅତି ସହଜରେ ଧ୍ୱଂସ ମଧ୍ୟ କରିପାରିବ ।

ପେଚୋରା ମିଶାଇଲକୁ ପ୍ରଥମେ ୧୯୬୧ରେ ମସ୍କୋରେ ବ୍ୟବହାର କରାଯାଇଥିଲା । ସୋଭିଏତ୍ ସଂଘର ଅନ୍ୟ ଇଲାକାରେ ମଧ୍ୟ ଏହାକୁ ମୁତୟନ କରାଯାଇଛି । ଏହାର ମିଶାଇଲ ୟୁନିଟ୍ ସହ ରାଡାର ସିଷ୍ଟମକୁ ସଂଲଗ୍ନ କରାଯାଇଛି ଯାହା ଏକ କମାଣ୍ଡ ବିଲ୍ଡିଙ୍ଗ କିମ୍ବା ଟ୍ରକରେ ଲଗାଯିବ ।

କେବଳ ଭାରତୀୟ ବାୟୁସେନା ନୁହେଁ ବରଂ ନୌସେନାର ଫ୍ରିଗେଟ୍ସ ଯୁଦ୍ଧପୋତରେ ମଧ୍ୟ ଏହି ମିଶାଇଲର ଏମ-୧ ଭୋଲନା ସିଷ୍ଟମ୍ ଭ୍ୟାରିଆଣ୍ଟ ଲଗାଯାଇଛି । ଏହି ମିଶାଇଲର ଲଗାତାର ଅପଗ୍ରେଡେଟ୍ ଆସୁଛି । ଛୋଟ ହେଲେବି ଏହାର ଶକ୍ତି ଶତ୍ରୁକୁ ମାତ୍ ଦେବାକୁ ଯଥେଷ୍ଟ ।