କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ସ୍ୱଦେଶୀ ବିମାନ ସୁ-ଥାର୍ଟି ଏମ.କେ.ଆଇ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏବେ ୧୨ଟି ବିମାନ କିଣିବାକୁ ନିଷ୍ପତି ହୋଇଛି । ଯାହା ଦେଶରେ ହିଁ ପ୍ରସ୍ତୁତ ହେବ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଏହା ଉତ୍ପାଦିତ ହେବ । ଜଣେ ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ୧୧ ହଜାର କୋଟି ଟଙ୍କା ମଞ୍ଜୁର କରିଛି । ଆବଶ୍ୟକତା ଅନୁଯାୟୀ ଏହି ବିମାନରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ତିଆରିରେ ବ୍ୟବହାର ହେବ । ଏହା ଭାରତୀୟ ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ବିମାନ ହେବ । ଏହା ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ପ୍ରସ୍ତୁତ ହେବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପ୍ରାୟ ୪୫ ହଜାର କୋଟି ଟଙ୍କା ମୂଲ୍ୟର ୯ଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ ଆବଶ୍ୟକତା ପ୍ରଦାନ କରିଛି ।

Advertisment