ଆଜି ସମ୍ପୁର୍ଣ୍ଣ ଭାରତ ପାଳୁଛି ୮୭ ତମ ବାୟୁସେନା ଦିବସ । ଏଥିପାଇଁ ହିଣ୍ଡନ୍ ଏୟାରବେସ୍ ରେ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇସାରିଛି । ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ , କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସାମିଲ୍ ହୋଇଛି ଚିନୁକ୍ ହେଲିକ୍ୟାପ୍ଟର ଏବଂ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ । ଏହି କାର୍ଯ୍ୟକ୍ରମରେ ବାୟୁସେନା ହିରୋ ଅଭିନନ୍ଦନ ବର୍ଦ୍ଧମାନ ମିଗ୍ -୨୧ ଉଡାଇଛନ୍ତି ।
ସେ ସେନାର ନେତୃତ୍ୱ କରୁଥିବା ନଜର ଆସିଥିଲେ । ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନର ପିଛା କରୁଥିବା ସମୟରେ ସେ ପାକିସ୍ତାନ ସୀମାରେ ପ୍ରବେଶ କରି ଏଫ୍-୧୬ କୁ ମାରି ଗଡାଇଥିଲେ । କାର୍ଯ୍ୟକ୍ରମରେ ସୁଖୋଇ ଏବଂ ଗ୍ଲୋବମାଷ୍ଟର ବିମାନ ଉଡିଥିବା ଦେଖାଯାଇଥିଲା ।
ବାୟୁସେନା ଦିବସ ଅବସରରେ ସର୍ବପ୍ରଥମେ ଏୟାର୍ ୱାରିୟର୍ (ବାୟୁ ଯୋଦ୍ଧା) ଡ୍ରି୍ରଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହି ଯବାନମାନେ ୫ କିଲୋର ବନ୍ଧୁକକୁ ଖେଳନା ଭଳି ଏପଟେ ସେପଟେ ବୁଲାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।
ସୁମିତ୍ ତିୱାରୀ ଏହି ଦଳର ନେତୃତ୍ୱ କରୁଥିଲେ । କାର୍ଯ୍ୟକ୍ରମରେ ଏୟାରଫୋର୍ସର୍ ମୁଖ୍ୟ ରାକେଶ୍ କୁମାର ଭଦୋରିୟା ନିଜ ସମ୍ବୋଧନରେ ସହିଦ୍ ହୋଇଥିବା ବାୟୁସେନାର ଯବାନଙ୍କୁ ମନେ ପକାଇଥିଲେ ଏବଂ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରିଥିଲେ ।
Follow Us
/kanak/media/post_attachments/wp-content/uploads/2019/10/x-2-300x152.png)
/kanak/media/post_attachments/wp-content/uploads/2019/10/images-11-1-300x203.jpg)
/kanak/media/post_attachments/wp-content/uploads/2019/10/xsae-300x225.png)
/kanak/media/post_attachments/wp-content/uploads/2019/10/images-13-2-300x176.jpg)