"ସାର ମୁଁ ଜାଣିନି ଆପଣଙ୍କର ନିୟମ ଏଠି କଣ । ଧାଁ ଦୌଡ଼ ହେଲେ କଣ ହୁଏ । ଗୋଟେ ସୁସ୍ଥସବଳ ଲୋକକୁ ମାରିବାକୁ ଅତି ବେଶୀରେ ୩୦/୪୦  ସେକେଣ୍ଡ କି ଗୋଟେ ମିନିଟ ଲାଗିବ । ମୁଁ କିନ୍ତୁ ସାର ଖାଲି ହାତରେ ୨ ରୁ ୩  ସେକେଣ୍ଡରେ ଜଣକୁ ମାରି ଦେଇପାରେ, ଖାଲି ସେ ଲୋକ ମୋ ରେଞ୍ଜ ଭିତରକୁଆସିବା ଦରକାର ।"
ଏ ଉତ୍ତର  ଥିଲା ଭାରତର ସବୁଠାରୁ ଉତ୍ତମ ପ୍ରଶିକ୍ଷିତ ବ୍ଲାକକ୍ଯାଟ୍ କମଣ୍ଡୋ ଲକି ବିଷ୍ଟର ।

ସୁରକ୍ଷା କାରଣରୁ କୌଣସି ଜେଲର ତାଙ୍କୁ ନିଜ ଜେଲରେ ରଖିବାକୁ ଚାହୁଁ ନଥିଲେ ।

ସେହି ସମୟରେ କୌଣସି ଏକ ଜେଲକୁ ଟ୍ରାନ୍ସଫର ହେଇଥିବା ବେଳେ ସେଠାକାର ଜେଲର ତାଙ୍କୁ ଧମକ ଦେଇ କହିଥିଲେ ‘ଲକି ଏଇଟା ସିକ୍ରେଟ ସର୍ଭିସ ନୁହେଁ କି ବ୍ଲାକକ୍ଯାଟ୍ କମଣ୍ଡୋ ଟ୍ରେନିଂ ସେଣ୍ଟର ନୁହେଁ ।  ଏଇଟା ମୋ ଜେଲ , ଏଠି ମୋ ନିୟମ ଚାଲେ ମୋ ଜେଲରେ ନିୟମ ବହୁତ କଡାକଡି । ଏଠି ବେଳେବେଳେ ଧାଁ ଦୌଡ଼ ହେଇଯାଏ ।  ସେହି ଧାଁ ଦୌଡ଼ ଭିତରେ ଜଣେ ଦି ଜଣ ମରି ବି ଯାଆନ୍ତି ତେଣୁ ଏଠି ନିୟମ ମାନି ଚଳିବାକୁ ପଡ଼ିବ, ହୁସିଆର  । “

ଲକି ବିଷ୍ଟର ଉତ୍ତରରୁ ଜେଲର କଣ ବୁଝିଲେ କେଜାଣି ସେହିଦିନ ରାତିରେ ହିଁ ତାକୁ ଅନ୍ୟ ଏକ ଜେଲକୁ ଟ୍ରାନ୍ସଫର କରିଦେଲେ ।

କୌଣସି ଜେଲର ତାକୁ ନିଜ ଜେଲରେ ରଖିବାକୁ ରାଜି ହେଉ ନଥିଲେ । ଏହି କାରଣରୁ ମାତ୍ର ୪ ବର୍ଷ ଭିତରେ ତାଙ୍କର ୧୧ ଟା ଜେଲକୁ ବଦଳ ହେଇଥିଲା ।

ଏ କାହାଣୀ ହେଉଛି ନରେନ୍ଦ୍ର ମୋଦି, ଲାଲକୃଷ୍ଣ ଆଡଭାନୀ, ଯୋଗୀ ଆଦିତ୍ୟନାଥ ଓ  ପ୍ରକାଶ ସିଂ ବାଦଲଙ୍କ ପରି ରାଜନେତା ମାନଙ୍କର ପୂର୍ବରୁ ବ୍ୟକ୍ତିଗତ ସୁରକ୍ଷାକର୍ମୀ  ଥିବା ବ୍ଲାକକ୍ଯାଟ୍ କମାଣ୍ଡୋ ଲକ୍ଷ୍ମଣ ଲକି ବିଷ୍ଟର । ତାଙ୍କୁ କେହି କେହି ଇଣ୍ଡିଆନ ସିକ୍ରେଟ ସର୍ଭିସର ‘ଏଜେଣ୍ଟ ଲିମା’ ବୋଲି ମଧ୍ୟ କହିଥାନ୍ତି ।
The curious case of former NSG commando & RAW agent Lucky Bisht

ସେପ୍ଟେମ୍ବର ୬ , ୨୦୧୧

ସମୟ ରାତି ୧୨.୩୦

ରାତିର ଅନ୍ଧାରକୁ ଚିରି ଗୋଟେ କଳା ରଙ୍ଗର ଫର୍ଡ ଗାଡି ଛୁଟି ଚାଲିଥାଏ ଉତ୍ତରାଖଣ୍ଡର ନୈନିତାଲରୁ ନେପାଳ ସୀମା ରାସ୍ତାରେ । ଗାଡି ଚଲାଉଥାଏ ଉତ୍ତରାଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ  ରାଜୁ ପରଗାଇ । ପାଖ ସିଟରେ ହାତରେ ବିଅର ଧରି ରାଜୁ ଆଡକୁ ମୁହଁ କରି ବସିଥାଏ ତାର ଘନିଷ୍ଠ ସହଯୋଗୀ ଅମିତ ଆର୍ଯ୍ୟ । ମାତ୍ର ୩୩ ବର୍ଷ ବୟସରେ ଅପରାଧ ଦୁନିଆରେ ରାଜୁ ଏମିତି ନାଁ କରିଥାଏ ଯେ ସାଧାରଣ ଲୋକଙ୍କ କଥା ଛାଡନ୍ତୁ ବହୁ ପୁରୁଣା ପୁରୁଖା  ଅପରାଧୀ ବି ତାକୁ ଡରୁଥାନ୍ତି । ଭାରତ ସରକାର ପାଇଁ ସେତେବେଳକୁ ସିଏ ମୁଣ୍ଡବ୍ୟଥାର କାରଣ ହେଇ ସାରିଥାଏ । କାରଣ ହେଲା ହତ୍ୟା/ଅପହରଣ  ଓ ଦାଦାବଟି ପରେ ସେ ବିଦେଶରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଆରମ୍ଭ କରିଥାଏ । ଯାହା ଦେଶର ଆନ୍ତରୀଣ ସୁରକ୍ଷା ପାଇଁ ଚିନ୍ତାର କାରଣ ହେଇଥାଏ । ସେ ନେପାଳ ସୀମା ଦେଇ ଅସ୍ତ୍ରଶସ୍ତ୍ର କାରବାର କରୁଥିଲା ।

ଏଥିପାଇଁ ଭାରତ ସରକାର ତାକୁ ସବୁଦିନ ପାଇଁ ହଟେଇବାକୁ ଯୋଜନା କରି ଦାୟିତ୍ବ ସିକ୍ରେଟ ସର୍ଭିସକୁ ଦେଇଥାଏ । ସିକ୍ରେଟ ସର୍ଭିସ ଏହି କାମ ପାଇଁ ‘ର’ ହିଟମ୍ୟାନ  ଏଜେଣ୍ଟ ଲିମା ଉରଫ ଲକି ବିଷ୍ଟକୁ ଚୟନ କରିଥିଲା ।

ପଛ ସିଟରେ ବସିଥାଏ ମୃତ୍ଯୁର ଦୂତ ଲକି ବିଷ୍ଟ । ମାତ୍ର କିଛି ମାସ ହେବ ତାଙ୍କର ବନ୍ଧୁତା ହେଇଥାଏ । ପ୍ଲାନ ଅନୁସାରେ ଲକି ଆଉ ଜଣେ ପୁରୁଣା ଅପରାଧୀ ମାର୍ଫତରେ ରାଜୁ ସହ ବନ୍ଧୁତା ଆରମ୍ଭ କରିଥାଏ । ନିଜକୁ କାନପୁର ଆର୍ମସ ଫ୍ୟାକଟ୍ରିରେ କାମ କରୁଛି ବୋଲି ନିଜର ପରିଚୟ ଦେଇଥାଏ  ଏବଂ ସେମାନଙ୍କୁ ଚୋରାରେ ୩ ଟା AK-47 ଭଲ ଦାମରେ କିଣେଇଦେବ ବୋଲି କହିଥିଲା । ସେଦିନ ସେମାନେ ସେହି ବନ୍ଧୁକ ଆଣିବା  ପାଇଁ ନେପାଳ ସୀମା ଆଡକୁ  ଯାଉଥିଲେ ।

ଲକି ଏକ ନିଛାଟିଆ ସ୍ଥାନ ଦେଖି ବା ହାତ କାନି ଆଙ୍ଗୁଠି ଦେଖେଇ ପରିଶ୍ରା ଯିବାକୁ ଈଶାରା କରିଥିଲା । ବ୍ରେକ ମାରି ରାସ୍ତା କଡ଼ରେ ଗାଡି ରଖିଲା ରାଜୁ ପରଗାଇ । ପଛ ଡୋର ଖୋଲି ଏକ ବୁଦା ଆଢୁଆଳକୁ ଯାଇ ପରିଶ୍ରା କରିବା ବାହାନାରେ ନିଜ ପିସ୍ତଲ ଚେକ କରିନେଲା । ପିସ୍ତଲ ଅଲରେଡି କକ୍ ହେଇ ରହିଥାଏ । କାରଣ କକ୍ କରିବା ଶବ୍ଦରେ ସେମାନେ ସତର୍କ ହେଇଯିବେ ବୋଲି ଆସିବା ସମୟରୁ ହିଁ କକ୍ କରି ରଖିଥାଏ । ପିସ୍ତଲକୁ କକ୍ କରି ରଖିବା ବହୁତ ବିପଦପୂର୍ଣ । ସାମାନ୍ୟ ଅସାବଧାନ ହେଲେ ଗୁଳି କୌଣସି ମୁହୂର୍ତ୍ତରେ ବି ଫୁଟି ଯାଇପାରେ । ଏତେବଡ଼ ମିଶନ୍ ପାଇଁ ଏତିକି ରିସ୍କ ତ ନେବାକୁ ପଡ଼ିବ ।

‘ଆରେ ସାରା ରାତି ପରିଶ୍ରା କରୁଥିବୁ ନାଁ  କଣ’

ଏମିତି ଥଟା କରି ଡାକିଲା ଅମିତ । ହାତରେ 7.65 ଗ୍ଲକ୍ ପିସ୍ତଲ ଧରି ବୁଦା ଆଢୁଆଳରୁ ସବୁକିଛି ଠିକ ଥିବା ପରି ଭଳି ଚାଲି ଚାଲି ବାହାରି ଆସିଲା ଲକି । ହାତରେ ପିସ୍ତଲ, ସାମନାରେ ନିଜର ଲକ୍ଷ୍ୟ । ଆଉ ମୁହୁର୍ତେ ପରେ ତାଙ୍କ ତିନି ଜଣଙ୍କ ଭିତରୁ ଦୁଇ ଜଣ ଏ ଦୁନିଆରେ ନଥିବେ କିନ୍ତୁ ଆଖିରେ ଟିକେ ବି ବ୍ୟସ୍ତତା ଦେଖା ଯାଉ ନଥିଲା । ସମ୍ପୂର୍ଣ ଶାନ୍ତ ଏ ମୃତ୍ଯୁର ଦୂତ । ଆସି ଅମିତ୍ ବସିଥିବା ସିଟ୍ ଝରକାକୁ ଆଙ୍ଗୁଠିରେ ଖଡ଼ଖଡ଼ କରି କାଚ ତଳକୁ କରିବାକୁ ଈଶାରା ଦେଲା ଲକି ବିଷ୍ଟ ।

‘ପୁଣି କଣ ହେଲା’ କହି ଝରକା କାଚକୁ ତଳକୁ କଲା ଅମିତ । କାଳ ବିଳମ୍ବ ନକରି ଅମିତର କାନମୁଣ୍ଡକୁ ଲକ୍ଷ୍ୟ କରି ଟ୍ରିଗର ଚିପିଦେଲା । ଅମିତର ବାଁ କାନରେ ଗୁଳି ପଶି ରାଜୁ ପରଗାଇର କପାଳ ଭେଦ କରିଗଲା ।

ପଏଣ୍ଟ ବ୍ଲ୍ଯାଙ୍କ ରେଞ୍ଜ, ସିଙ୍ଗଲ୍ ସଟ୍ , ଦି ଜଣ ସ୍ପଟ୍ ଡେଥ୍  ।
Lucky Bisht | Indian Army 🙏🙏🙏🙏 | Instagram

ତା ପରଦିନ ଲକି ବିଷ୍ଟକୁ ପୋଲିସ ଆସି ତାଙ୍କ ଘରୁ ଉଠେଇ ନେଲା । ତିନିଦିନ ହାଜତରେ ରଖିବା ପରେ ତାଙ୍କୁ କୋର୍ଟରେ ହଜାର କରାଯାଇଥିଲା । ଏହି ତିନିଦିନ ଭିତରେ ପୋଲିସ ତାଙ୍କ ଉପରେ ବହୁତ ପ୍ରକାର ଚାପ ପକେଇଛି କିନ୍ତୁ ସେ ଘଟଣାକୁ ସମ୍ପୂର୍ଣ ରୂପେ ଅସ୍ଵୀକାର କରି ଚାଲିଥିଲେ ଲକି ବିଷ୍ଟ । ପ୍ରମାଣ ସ୍ଵରୂପ ପୋଲିସ ହାତରେ ଲକି ବିଷ୍ଟ ବ୍ୟବହାର କରୁଥିବା ପିସ୍ତଲ ସାଇଜର ଏକ ହୋଲଷ୍ଟର ପାଇଥିଲା । ସେତେବେଳର ସରକାର ଚାହୁଁଥିଲା ଏହି ଘଟଣାରେ ଯିଏ ସଂଶ୍ଳିଷ୍ଟ ତାକୁ ଧରି ଜେଲରେ ପୁରେଇବାକୁ କାରଣ ହେଲା ରାଜୁର କ୍ଷମତାରେ ଥିବା ସରକାରଙ୍କ ବଡ଼ ବଡ଼ ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା ।

ତାକୁ ଆରେଷ୍ଟ କରିଥିବା ଆଇପିଏସ୍ ଅଧିକାରୀ ତାଙ୍କୁ କହିଲେ ମୁଁ ତୋତେ ପଚାରୁନି ଯେ ତୁ’ ମାରିଛୁ ନା ନାହିଁ। କାରଣ ମୁଁ ୧୦୦% ସିଓର ଯେ ଏ ଗୁଳି ତୁ ହିଁ ମାରିଛୁ କାରଣ ଏମିତି ସିଙ୍ଗଲ ସଟରେ ଦି ଜଣକୁ ମାରିବା ଲୋକ ଭାରତରେ କେହି ନାହାନ୍ତି । ଏମିତି କାମ ଟୋ ଛଡା ଆଉ କେହି ପାରିବେନି । ମୁଁ ପଚାରୁଛି କାହିଁକି ମାରିଲୁ କହ   ?

ଚାରି ବର୍ଷ ପରେ ନିର୍ଦ୍ଦୋଷରେ ଜେଲରୁ ଖଲାସ ହେଇଥିଲେ ।

ଏହି ଚାରିବର୍ଷରେ ତାଙ୍କୁ ୧୧ ଟି ଜେଲକୁ ଟ୍ରାନ୍ସଫର କରାଯାଇଥିଲା । ସୁରକ୍ଷା କାରଣ ହେଉ କି ଅନ୍ୟ କୌଣସି କାରଣ ଯୋଗୁଁ ତାଙ୍କୁ କେହି ବି ଜେଲର ନିଜ ଜେଲରେ  ରଖିବାକୁ ରାଜି ହେଉନଥିଲେ ।

ଆରେଷ୍ଟ ହେବାର ତିନିଦିନ ପରେ ତାଙ୍କୁ ଜେଲକୁ ପଠା ଯାଇଥିଲା । ଏହି ତିନିଦିନ ଭିତରେ ସମଗ୍ର ଉତ୍ତର ଭାରତର ଜେଲ ମାନଙ୍କରେ ଚର୍ଚ୍ଚା ହେଉଥିଲା ଯେ କିଏ ଗୋଟେ ବହୁତ ବଡ଼ ଅପରାଧୀ ଆସୁଛି । ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର ମାନେ ବି ଉତ୍ସୁକତାର ସହ ତାଙ୍କୁ ଦେଖିବା ପାଇଁ ଚାହିଁ ରହିଥାନ୍ତି ।

ଯଦିଓ ଏହି ଘଟଣାକୁ ଆଜି ବି ସାମାନ୍ୟ ହସି ଅସ୍ଵୀକାର କରନ୍ତି ଲକି ବିଷ୍ଟ ।

ଏହି ଘଟଣା ପରେ ଲକି ସମ୍ପୂର୍ଣ ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ । କାରଣ ହେଲା ଗୋଟିଏ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ହତ୍ୟା । ଯିଏ ବି ତାଙ୍କୁ ମାରିଥିଲା  ସେ ବହୁତ ଭଲ ରୂପେ ପ୍ରଶିକ୍ଷିତ ଥିଲା

Lucky Bisht (@iamluckybisht) • Instagram photos and videos

ପୃଥିବୀର ଟପ୍ ୨୦୦ ସ୍ନାଇପର ସୁଟରଙ୍କର ଲିଷ୍ଟରେ ଭାରତର ଜଣେ ମାତ୍ର ଅଛନ୍ତି ।  ସିଏ ହେଉଛନ୍ତି ଲକି ବିଷ୍ଟ ।

ପୂର୍ବତନ ସିକେଟ ସର୍ଭିସ ଏଜେଣ୍ଟ , ପୂର୍ବତନ ର’ ଏଜେଣ୍ଟ, ପୂର୍ବତନ ଏନଏସଜି କମାଣ୍ଡୋ । ଶତ୍ରୁ ଉପରେ ଘାତକ ଆକ୍ରମଣ ଶୈଳୀ ପାଇଁ ତାଙ୍କୁ ର’ ହିଟ ମ୍ୟାନ ବୋଲି ମଧ୍ୟ କୁହାଯାଏ । ଲକି ସେହି ଆଙ୍ଗୁଠି ଗଣତି କମାଣ୍ଡୋଙ୍କ ଭିତରୁ ଜଣେ ଯିଏ ସ୍ପେଶାଲ କମାଣ୍ଡୋ ଟ୍ରେନିଂ ପାଇଁ ଇସ୍ରାଏଲ ଯାଇଥିଲେ ।

ବର୍ତ୍ତମାନ ସେ ବଲିଉଡ଼ରେ ଜଣେ ସ୍କ୍ରିପ୍ଟ ରାଇଟର ଭାବେ କାମ କରୁଛନ୍ତି ।

ତାଙ୍କ ଜୀବନୀକୁ ନେଇ ପ୍ରକାଶ ହେଇଥିବା ପୁସ୍ତକ ର’ ହିଟମ୍ୟାନ ଆଜି ବେଷ୍ଟ ସେଲର । ଏହି ବର୍ଷ ତାଙ୍କୁ ନେଇ ଏକ ଫିଲ୍ମ ମଧ୍ୟ ଆସିବାକୁ ଯାଉଛି ବୋଲି ସିଏ ଏକ ସାକ୍ଷାତକାରରେ କହିଥିଲେ ।