ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ : ଜୈଶର ଆଡ୍ଡାସ୍ଥଳୀରେ ୧୦୦୦ କିଲୋର ବୋମାମାଡ ସୂଚନା

471

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସାମନା-ସାମନି ଅଛନ୍ତି । ପାକିସ୍ତାନ ଲଗାତାର ସିଜଫାୟାରର ଉଲ୍ଲଘଂନ କରୁଛି, ତେବେ ଭାରତ ମଧ୍ୟ ଏହାର ଜବାବ ଦେଉଛି । ଆଜି ସକାଳେ ପାକିସ୍ତାନ ଅଭିଯୋଗ ଆଣିଛି କି ଭାରତୀୟ ବାୟୁ ସେନାର କିଛି ବିମାନ ଲାଇନ୍ ଅଫ୍ କଣ୍ଟ୍ରୋଲ ଅତିକ୍ରମ କରି ପାକିସ୍ତାନରେ ପ୍ରବେଶ କରିଛନ୍ତି । କିନ୍ତୁ ଭାରତ ପକ୍ଷରୁ କୌଣସି ଅଫିସିଆଲ ଟିପ୍ପଣୀ ଆସି ନାହିଁ ।

ସୂଚନାନୁସାରେ, ଭାରତୀୟ ବାୟୁସେନା ମଙ୍ଗଳବାର ସକାଳେ ୩ଟା ୩୦ରେ ବହୁତ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀୟ ଏୟାରଫୋର୍ସର କେତେକ ବିମାନ ଏଲଓସି ପାର କରି ପାକିସ୍ତାନରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାୟୁସେନା ସେପଟେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣାକୁ ଧ୍ୱଂସ କରିଦିଆଯାଇଛି ।  ଏହି ସମୟରେ ବାୟୁସେନା ବୋମା ବର୍ଷଣ କରି ଅନେକ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଦେଇଛି । ଜଣାପଡିଛି କି, ବାୟୁସେନା ଏହି ଅପରେସନ ପାଇଁ ୧୦ରୁ ଅଧିକ ମିରାଜ ୨୦୦୦ ବିମାନର ବ୍ୟବହାର କରିଛି ।

ପାକିସ୍ତାନର ସୁରକ୍ଷା ବିଶେଷଜ୍ଞ କମର ଚିମା କହିଛନ୍ତି କି, “ଏବେ ଆମେ ମଧ୍ୟ ପାକିସ୍ତାନ ସରକାରଙ୍କ ଅଫିସିଆଲ ବୟାନର ଅପେକ୍ଷାରେ ଅଛୁ । ଭାରତୀୟ ସରକାର ନିର୍ବାଚନକୁ ଦେଖି ଏହି ପ୍ରକାରର ପରିବେଶ ସୃଷ୍ଟି କରୁଛି ।”